Author: TRUPTIMAYEE SAHOO

ଆଉ ଦିନ କେଇଟା ପରେ ଦେଶ ପାଳିବ ସ୍ୱାଧିନତା ଦୀବସ । ଏହା ସହିତ ଦେଶ ମଧ୍ୟ ମନେ ପକାଇବ ବିଭାଜନର ତ୍ରାସଦୀକୁ । ମୁସଲିମ ଲିଗର ଜିଦ ଓ ଜିନ୍ନାଙ୍କ ମହତ୍ୱାକାଂକ୍ଷା ପାଇଁ କେମିତି ଅଖଣ୍ଡ ଭାରତ ଖଣ୍ଡିତ ହୋଇଥିଲା,ତାହା ସମସ୍ତଙ୍କୁ ଉଣା ଅଧିକେ ଜଣା । ପାକିସ୍ତାନର ମାନଚିତ୍ରଠାରୁ ଢେର ଦୂରରେ ଥିବା ଓଡ଼ିଶାରେ ମଧ୍ୟ ପାକିସ୍ତାନ ପ୍ରତି ସମର୍ଥନ ଥିଲା । ୧୯୪୬ ମସିହାର ଭାରତୀୟ ପ୍ରାଦେଶିକ ନିର୍ବାଚନ ଭାରତର ଇତିହାସରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। ଏହି ନିର୍ବାଚନ କେବଳ ପ୍ରାଦେଶିକ ବିଧାନସଭା ଗଠନ ପାଇଁ ନୁହେଁ, ବରଂ ଭାରତର ଭାଗ୍ୟ ଓ ଭବିଷ୍ୟତ ନିର୍ଧାରଣ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ନିର୍ବାଚନରେ ଅଲ ଇଣ୍ଡିଆ ମୁସଲିମ ଲିଗ୍ ପାକିସ୍ତାନ ସୃଷ୍ଟିର ଦାବିକୁ ନେଇ ପ୍ରଚାର କରିଥିଲା, ଯାହା ଭାରତୀୟ ମୁସଲମାନମାନଙ୍କ ମଧ୍ୟରେ ଏକ ଜାତୀୟତାବାଦୀ ଆନ୍ଦୋଳନରେ ପରିଣତ ହୋଇଥିଲା। ଓଡ଼ିଶାରେ…

Read More