Author: TRUPTIMAYEE SAHOO

ଉତ୍ତର ପ୍ରଦେଶର କୌଶାମ୍ବୀର ଜଣେ ୧୫ ବର୍ଷୀୟା ଝିଅକୁ ଏକ ସାପ ୪୦ ଦିନରେ ୧୩ ଥର କାମୁଡ଼ିଥିବା ଖବର ଭାଇରାଲ ହେଉଛି । ଅର୍ଥାତ୍ ପ୍ରତି ତିନି ଦିନରେ ଥରେ,ସେହି ଝିଅକୁ ସାପ କାମୁଡ଼ି ଥିଲା। ଏଭଳି ଏକ ଖବର ଗତ ବର୍ଷ ଉତ୍ତର ପ୍ରଦେଶର ଫତେହପୁରରୁ ମଧ୍ୟ ଆସିଥିଲା। ଏହା କ’ଣ ସମ୍ଭବ? ବିଜ୍ଞାନ ଏବଂ ବିଶେଷଜ୍ଞମାନେ ଏହି କଥାକୁ ସ୍ପଷ୍ଟ ଭାବେ ଖଣ୍ଡନ କରନ୍ତି ଯେ ସାପ ଏପରି କରିପାରେ। ଏପରି କି ଡାକ୍ତରମାନେ ମଧ୍ୟ ଏହାକୁ ବିଶ୍ୱାସ କରନ୍ତି ନାହିଁ। ବିଜ୍ଞାନ କହୁଛି ଯେ ସାପ ଯଦି ଥରେ ବିଷ ଛାଡ଼ିଦିଏ, ତେବେ ତା ବିଷଗ୍ରନ୍ଥିରେ ବିଷ ତିଆରି ହେବାକୁ ସମୟ ଲାଗେ। ସାଧାରଣତଃ ଭାରତୀୟଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ରହିଛି ଯେ, ସାପ ଯାହାକୁ ଥରେ ଦେଖେ ତାକୁ ମନେ ରଖେ । ବିଶେଷକରି ତାକୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ । ଏମିତିକି କୁହାଯାଏ ଯେ,…

Read More