କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରଠାରେ ଚାଲିଥିବା ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ପ୍ରତିବାଦ ପ୍ରଦର୍ଶନ ଗୁରୁବାର ୧୩ତମ ଦିନରେ ପ୍ରବେଶ କରିଛି। ଆନ୍ଦୋଳନ ଦିନକୁ ଦିନ ତେଜୁଥିବା ବେଳେ ଏହାକୁ ନେଇ ଏବେ ଏକ ବଡ଼ ବିବାଦ ସାମ୍ନାକୁ ଆସିଛି । ‘କକ୍ରୋଚ୍ ଜନତା ପାର୍ଟି’ର ସଂସ୍ଥାପକ ତଥା ମୁଖ୍ୟ ଅଭିଜିତ ଦୀପକେ ସରକାରଙ୍କ ବିରୋଧରେ ଫୋନ୍ ସର୍ଭିଲାନ୍ସ ବା ବେଆଇନ ଭାବେ ନଜର ରଖିବା ଏବଂ ଫୋନ୍ ଟ୍ୟାପିଂ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
Sources within the system have informed us that our phones are under surveillance and that our WhatsApp calls and chats are being monitored.
The sources told us the exact conversations word to word we had in the internal team.
— Abhijeet Dipke (@abhijeet_dipke) July 1, 2026
ଅଭିଜିତ ଦୀପକେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ନିଜର ଆପଲ୍ ଆଇଫୋନ୍ ର ସ୍କ୍ରିନସଟ୍ ସେୟାର କରି ଲେଖିଛନ୍ତି ଯେ, ତାଙ୍କୁ ଆପଲ୍ କମ୍ପାନୀ ପକ୍ଷରୁ ଏକ ଜରୁରୀ ସୁରକ୍ଷା ସମ୍ବନ୍ଧୀୟ ଚେତାବନୀ ମିଳିଛି । ଏହି ଆଲର୍ଟ ଅନୁଯାୟୀ, ରାଜ୍ୟ ପ୍ରାୟୋଜିତ କିମ୍ବା ସରକାରୀ ସ୍ତରର ହ୍ୟାକରମାନେ ତାଙ୍କ ଆଇଫୋନ୍କୁ ଟାର୍ଗେଟ୍ କରି ତାଙ୍କର ବ୍ୟକ୍ତିଗତ ତଥା ଆନ୍ଦୋଳନ ସମ୍ବନ୍ଧୀୟ ଗୋପନୀୟ ସୂଚନା ଚୋରି କରିବାକୁ ଚେଷ୍ଟା କରୁଛନ୍ତି । ଅଭିଜିତ କହିଛନ୍ତି, “ଛାତ୍ର ଏବଂ ଯୁବପିଢ଼ିଙ୍କ ନ୍ୟାୟ ପାଇଁ ଚାଲିଥିବା ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ଏଭଳି କଦ୍ଦର୍ଯ୍ୟ ପନ୍ଥା ଆପଣାଉଛନ୍ତି । ମାତ୍ର ଏଭଳି ଧମକ ବା ଗୁପ୍ତଚରଗିରି ଆମକୁ ଡରାଇ ପାରିବ ନାହିଁ ।”
ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ସଂକଟଜନକ
Day 5 of Hunger Strike:
Sonam Wangchuk’s health is continuously deteriorating.
His sugar level has dropped to 60 and blood pressure is also very low.
If anything happens to Sonam sir, the government will be responsible for it. pic.twitter.com/Nb8xKvSmAM
— Abhijeet Dipke (@abhijeet_dipke) July 2, 2026
ଅପରପକ୍ଷରେ, ଜନ୍ତର-ମନ୍ତରରେ ଆନ୍ଦୋଳନର ସମର୍ଥନରେ ଅନଶନରେ ବସିଥିବା ପ୍ରସିଦ୍ଧ ଶିକ୍ଷାବିତ୍ ତଥା ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଭୁଖ୍ ହଡ଼ତାଲ୍ ଆଜି ୫ମ ଦିନରେ ପହଞ୍ଚିଛି । ଲଗାତାର ୫ ଦିନ ଧରି ଅନ୍ନଜଳ ତ୍ୟାଗ କରିବା ଯୋଗୁଁ ତାଙ୍କର ଶାରୀରିକ ସ୍ଥିତି ଗୁରୁତର ହେବାରେ ଲାଗିଛି । ଧାରଣା ସ୍ଥଳରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି ଯେ, ୱାଙ୍ଗଚୁକଙ୍କ ଶରୀରରେ କେଟୋନ୍ ର ମାତ୍ରା ଅତ୍ୟଧିକ ବଢ଼ିଯାଇଛି ଏବଂ ରକ୍ତ ଶର୍କରା ସ୍ତର ଆହୁରି ହ୍ରାସ ପାଇଛି, ଯାହା ତାଙ୍କ କିଡନୀ ଏବଂ ଅନ୍ୟାନ୍ୟ ପ୍ରମୁଖ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଇପାରେ । ଡାକ୍ତରମାନେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ଅନଶନ ଭାଙ୍ଗିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି ।
DAY 4 UPDATE
I’m feeling ok, bit tired though.
Doctor said BP was low, I’ll increase water n salt intake. Sugar level is low at 66 but that’s because of no food for 3 days, as ketosis takes over body starts consuming fats etc. In prolonged fast it may consume muscles & organs… pic.twitter.com/j2ajv6dIj3— Sonam Wangchuk (@Wangchuk66) July 1, 2026
ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଜନ୍ତର-ମନ୍ତରରେ ଉତ୍ତେଜନା ପ୍ରକାଶ ପାଇଛି । ଦେଶର ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହିତ ଜଡ଼ିତ ଏହି ସଂସ୍କାର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଲଢ଼େଇ ଜାରି ରହିବ ବୋଲି ସମର୍ଥକମାନେ ଚେତାବନୀ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ଟିଏମସି ସାଂସଦ ସାଗରିକା ଘୋଷ ଆନ୍ଦୋଳନରେ ସାମିଲ ହେବା ପରେ ଆଜି ମଧ୍ୟ ବିରୋଧୀ ଦଳର କେତେକ ବରିଷ୍ଠ ନେତା ଜନ୍ତର-ମନ୍ତର ପହଞ୍ଚି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଏହି ଫୋନ୍ ସର୍ଭିଲାନ୍ସ ଅଭିଯୋଗ ଏବଂ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ଦେଶର ରାଜନୀତିକୁ ସମ୍ପୂର୍ଣ୍ଣ ସରଗରମ କରିଦେଇଛି ।
Also read : https://purvapaksa.com/meghalaya-government-moves-supreme-court-to-block-bail-of-sonam-raghuvanshi/


