Author: TRUPTIMAYEE SAHOO

ନେପାଳରେ ସମ୍ପ୍ରତି ଘଟିଥିବା ଘଟଣାକ୍ରମ ସୋସିଆଲ ମିଡ଼ିଆର ଶକ୍ତିକୁ ପୁନର୍ବାର ପ୍ରମାଣିତ କରିଛି । ୨୦୨୫ ସେପ୍ଟେମ୍ବର ୮ ତାରିଖରେ ସରକାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମଗୁଡ଼ିକୁ ବ୍ୟାନ୍ କରିବା ପରେ, ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯାହା ଦୁର୍ନୀତି ବିରୋଧୀ ଆନ୍ଦୋଳନର ରୂପ ନେଇଥିଲା । ପୋଲିସ୍ ଗୁଳିଚାଳନାରେ ଅତି କମରେ ୧୯ ଜଣ ପ୍ରଦର୍ଶନକାରୀ ମୃତ୍ୟୁବରଣ କରିଥିଲେ ଏବଂ ଶହେରୁ ଅଧିକ ଆହତ ହୋଇଥିଲେ । ଏହି ହିଂସାତ୍ମକ ଘଟଣା ପରେ ସରକାର ସେପ୍ଟେମ୍ବର ୯ ତାରିଖରେ ବ୍ୟାନ୍ ଉଠାଇ ନେଇଥିଲେ କିନ୍ତୁ ଆନ୍ଦୋଳନ ଥମିନାହିଁ । ଜେନ୍ ଜେଡ୍ ଏବେ ପ୍ରଧାନମନ୍ତ୍ରୀ ଓଲିଙ୍କ ଇସ୍ତଫା ଚାହୁଁଛନ୍ତି । ସର୍ବଶେଷ ଖବର ଅନୁସାରେ ୩ ଜଣ ମନ୍ତ୍ରୀ ଇସ୍ତଫା ଦେଇ ସାରିଲେଣି । ଯୋଗାଯୋଗ ମନ୍ତ୍ରୀଙ୍କ ଘରକୁ ବିକ୍ଷୋଭକାରୀ ସ୍ୱାହା କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓଲି ବାଂଲାଦେଶର ଶେଖ ହାସିନାଙ୍କ ଭଳି ଦେଶ ଛାଡ଼ି ପଳାୟନ କରିବେ ବୋଲି…

Read More