Author: TRUPTIMAYEE SAHOO

ନେପାଳରେ ସୋସିଆଲ ମିଡିଆ ଉପରେ ବ୍ୟାନ ଲଗାଇବାର କେ.ପି. ଶର୍ମା ଓଲି ସରକାରଙ୍କ ନିଷ୍ପତ୍ତିର ସମାଲୋଚନା ହୋଇପାରେ। ବର୍ତ୍ତମାନ ସମୟରେ ଏପରି ନିଷ୍ପତ୍ତିର ଔଚିତ୍ୟ ଉପରେ ବିତର୍କ ମଧ୍ୟ ଆବଶ୍ୟକ। କିନ୍ତୁ, ସୋମବାର ଦିନ ନେପାଳର ରାଜଧାନୀ କାଠମାଣ୍ଡୁର ରାସ୍ତାଘାଟରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଯେଉଁ ପରିବେଶ ସୃଷ୍ଟି ହୋଇଥିଲା, ତାହା ଏକ ବିରାଟ ବିପଦର ଘଣ୍ଟି। ସରକାରୀ ତଥ୍ୟ ଅନୁସାରେ, ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ୨୦ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ଏବଂ ୩୦୦ରୁ ଅଧିକ ଆହତ ହୋଇଛନ୍ତି। ସୋସିଆଲ ମିଡିଆ ଉପରେ ବ୍ୟାନ ବିରୋଧରେ ପ୍ରଦର୍ଶନ କରୁଥିବା ଲୋକଙ୍କ ମଧ୍ୟରେ ଅନେକ ସ୍କୁଲ ପିଲା ମଧ୍ୟ ସାମିଲ ଥିଲେ, ଯେଉଁମାନେ ସ୍କୁଲ ଛୁଟି ହେବା ପରେ ସିଧାସଳଖ ପ୍ରଦର୍ଶନରେ ଯୋଗ ଦେଇଥିଲେ । ତେବେ ପ୍ରଶ୍ନ ହେଲା କିଶୋର ଓ ଯୁବକମାନଙ୍କୁ ନେପାଳ ସରକାରଙ୍କ ଏହି ନିଷ୍ପତ୍ତି କାହିଁକି ଏତେ ବାଧିଲା? ସେମାନଙ୍କର ଧୈର୍ଯ୍ୟ ଏତେ ଶୀଘ୍ର…

Read More