Author: TRUPTIMAYEE SAHOO

ଓଡ଼ିଶାରେ ଚାଲିଥିବା ଖରିଫ ଧାନ କିଣା ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ରାଜ୍ୟ ରାଜନୀତି ତୀବ୍ର ହୋଇଉଠିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ କଠୋର ଭାବେ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଦୀର୍ଘ ଚିଠି ଲେଖି ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ନବୀନ ପଟ୍ଟନାୟକ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ସମୟରେ ବିଜେପି ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ସେଥିରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଫଳସ୍ୱରୂପ ଚାଷୀମାନେ ଆଜି ମଣ୍ଡିରେ ହନ୍ତସନ୍ତ ହେଉଛନ୍ତି ଓ ନ୍ୟାୟ ପାଇଁ ଦୁଆରେ ଦୁଆରେ ଘୂରୁଛନ୍ତି। ନବୀନଙ୍କ ପ୍ରମୁଖ ଅଭିଯୋଗ ମଧ୍ୟରେ ସବୁଠାରୁ ଗୁରୁତର ହେଉଛି ମଣ୍ଡିରେ ଚାଲିଥିବା କଟନି-ଛଟନି। ତାଙ୍କ କହିବା ଅନୁଯାୟୀ, ଗୁଣବତ୍ତା ନାଁରେ ପ୍ରତି କ୍ୱିଣ୍ଟାଲରୁ ୫ରୁ ୭ କିଲୋ ଧାନ କଟାଯାଉଛି। ଏହି କାର୍ଯ୍ୟରେ ମିଲର ଓ ସରକାରୀ…

Read More