Author: TRUPTIMAYEE SAHOO

ଭାଲେଣ୍ଟାଇନ୍ ସପ୍ତାହର ପ୍ରପୋଜ ଡେ’ରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଲଭ୍–ମର୍ଡର–ଆକ୍ସିଡେଣ୍ଟ ମାମଲା ସମଗ୍ର ସହରକୁ ସ୍ତବ୍ଧ କରିଦେଇଛି। ପ୍ରେମ ଓ ହିଂସାର ଏହି ଘଟଣା ଆଜି ଏକ ନୂଆ ମୋଡ଼ ନେଇଛି। ପ୍ରେମିକର ହତ୍ୟା ଘଟଣାକୁ ନେଇ ପ୍ରେମିକା ନିଜେ ସତ ମାନିଥିବା ଓ ତାଙ୍କର ଏକ ଅଡିଓ କଲ୍ ସାମ୍ନାକୁ ଆସିବା ପରେ ପୋଲିସ ତଦନ୍ତ ଅଧିକ ଜଟିଳ ହୋଇପଡ଼ିଛି। ଏହି ଘଟଣାର ମୃତକ ହେଉଛନ୍ତି ସତ୍ୟବ୍ରତ ପ୍ରଧାନ, ଯିଏକି ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର। ସତ୍ୟବ୍ରତଙ୍କ ଘର ଖୋର୍ଦ୍ଧା ଜିଲ୍ଲାର ବ୍ରହ୍ମଗିରି ଥାନା ଅଧୀନ ହସିନପୁର ଅଞ୍ଚଳରେ। ସୂଚନା ଅନୁଯାୟୀ, ସୋସିଆଲ ମିଡିଆ ମାଧ୍ୟମରେ ସତ୍ୟବ୍ରତଙ୍କ ସହ ନୀଳାଦ୍ରିବିହାରରେ ରହୁଥିବା ଯୁବତୀଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ପ୍ରପୋଜ ଡେ ଦିନ ସତ୍ୟବ୍ରତ ପ୍ରେମିକାଙ୍କୁ ଚକୋଲେଟ୍ ଦେବା ପାଇଁ ତାଙ୍କ ରୁମକୁ ଯାଇଥିଲେ। ଦୁହେଁ କିଛି ସମୟ ଏକାଠି କାଟିଥିବା ବେଳେ ହଠାତ୍ ଘଟଣାରେ ଆସିଲା ଭୟଙ୍କର…

Read More