Author: TRUPTIMAYEE SAHOO

ଓଡ଼ିଶାରେ ଆସନ୍ତା ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ୱଚ୍ଛ, ସୁସଂଗଠିତ ଏବଂ କପିମୁକ୍ତ କରିବା ପାଇଁ ଏବେ ଐତିହାସିକ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ପରୀକ୍ଷା ପରିଚାଳନାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), QR କୋଡ୍, ଡିଜିଟାଲ୍ ଲକ୍, GPS ଟ୍ରାକିଂ ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର ହେବ। କପି କିମ୍ବା ପ୍ରଶ୍ନପତ୍ର ଲିକ୍ କଲେ ଏବେ ଶାସ୍ତି ଅତ୍ୟନ୍ତ କଠୋର—୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜରିମାନା। ସୂଚନା ଅନୁଯାୟୀ, ଆସନ୍ତା ଫେବୃଆରୀ ୧୮ରୁ ଯୁକ୍ତ ଦୁଇ ଏବଂ ଫେବୃଆରୀ ୧୯ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏଥିରେ ସମଗ୍ର ରାଜ୍ୟରୁ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଏତେ ବଡ଼ ପରୀକ୍ଷାକୁ ସୁଚାରୁ ଭାବେ ପରିଚାଳନା କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।…

Read More