Author: TRUPTIMAYEE SAHOO

ଭାରତୀୟ ବାୟୁସେନା ପାଇଁ ୧୧୪ଟି ରାଫେଲ୍ ଯୁଦ୍ଧ ବିମାନ କିଣିବାର ଏକ ବିଶାଳ ବ୍ୟାପାର ଚୁକ୍ତି ଏହି ସପ୍ତାହରେ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଏହି ନିଷ୍ପତ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଆସିପାରେ । ଯଦି ଏହି ଚୁକ୍ତିକୁ ଅନୁମୋଦନ ମିଳେ, ତେବେ ଏହା ଭାରତର ଇତିହାସରେ ସର୍ବ ବୃହତ ହେବ ଏବଂ ମୂଲ୍ୟ ପ୍ରାୟ ୩.୨୫ ଲକ୍ଷ କୋଟି ଟଙ୍କା ରହିବ । ଏହି ବ୍ୟାପାର ଚୁକ୍ତି ମଲ୍ଟି-ରୋଲ୍ ଫାଇଟର ଏୟାରକ୍ରାଫ୍ଟ ଯୋଜନା ଅନ୍ତର୍ଗତ, ଯାହାର ଲକ୍ଷ୍ୟ ବାୟୁସେନାର ସ୍କ୍ବାଡ୍ରୋନ୍ ଶକ୍ତିକୁ ବୃଦ୍ଧି କରିବା। ଏହା ମାଧ୍ୟମରେ ଭାରତ ଅତ୍ୟାଧୁନିକ ଲଢୁଆ ବିମାନ ହାସଲ କରିବ, ଯାହାର ଫଳରେ ଦେଶର ଫାଇଟର ଜେଟ ନିର୍ମାଣ କ୍ଷମତା ଅନେକ ଗୁଣରେ ବଢିବ। ସୂଚନା ଅନୁଯାୟୀ, ଲଢୁଆ ବିମାନର ଚୁକ୍ତି ଏହି ସପ୍ତାହରେ ଚୂଡ଼ାନ୍ତ ହେବ। ଚୁକ୍ତିର ଗୁରୁତ୍ୱପୂର୍ଣ୍ଣ ସର୍ତ୍ତ ହେଉଛି…

Read More