Author: TRUPTIMAYEE SAHOO

ପରିଚ୍ଛନ୍ନ ଓ ସୁଗନ୍ଧିତ ଅନୁଭୂତି ଦେବା ପାଇଁ ଅଧିକାଂଶ ଲୋକ ପରଫ୍ୟୁମ୍ ବ୍ୟବହାର କରନ୍ତି । ଯଦିଓ ଏହା ଶରୀରର ଅସୁଗନ୍ଧ ଦୂର କରି ତତ୍କାଳିକ ଆକର୍ଷଣୀୟ ଅନୁଭୂତି ଦିଏ, ତଥାପି ଅତ୍ୟଧିକ ପରିମାଣରେ ପରଫ୍ୟୁମ୍ ଶରୀର ପାଇଁ ବହୁତ ହାନିକାରକ । ଚିକିତ୍ସା ବିଶେଷଜ୍ଞ ଅନୁସାରେ, ପରଫ୍ୟୁମରେ ଥିବା କେମିକାଲ୍ ଦେହର ପ୍ରାକୃତିକ ପ୍ରତିରୋଧକ କ୍ଷମତା କମ କରେ, ତ୍ୱଚାରେ ସଂକ୍ରମଣ ଓ ଜଳାପୋଡ଼ା ଘଟାଇଥାଏ। ପରଫ୍ୟୁମ୍ ରାସାୟନିକ ତତ୍ତ୍ୱ ଯଥା ପ୍ରାପିଲିନ୍ ଓ ଗ୍ଲାୟସୋଲ୍ ଦେହର ଅସୁସ୍ଥତାର ମୂଳ କାରଣ । ଏହା ଦ୍ୱାରା କେବଳ ତ୍ୱଚା ନୁହେଁ, କିନ୍ତୁ କିଡନୀ ଓ ହରମୋନ୍‌ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଅଧିକ ପରିମାଣରେ ପରଫ୍ୟୁମ୍ ବ୍ୟବହାର କରିବାରୁ କର୍କଟ ଓ ସଂକ୍ରମଣ ଜନିତ ରୋଗ ଘଟିପାରେ। ପ୍ରତିଦିନ ପରଫ୍ୟୁମ୍ ବ୍ୟବହାର କରୁଥିବା ବେଳେ ଟ୍ରାଇକ୍ଲୋସନ ନାମକ କେମିକାଲ୍ ବ୍ୟବହାର କରାଯାଇଥାଏ, ଯାହା ଶରୀରର ରୋଗପ୍ରତିରୋଧକ କ୍ଷମତା କମ…

Read More