Author: TRUPTIMAYEE SAHOO

ଦେଶ ପାଇଁ ଏକ ବଡ଼ ଜରୁରୀ ନମ୍ବର ପାଲଟିଛି ୩ କୋଟି ୮୬ ଲକ୍ଷ ! ଏହା କୌଣସି ନିର୍ବାଚନର ଭୋଟ୍ ସଂଖ୍ୟା ନୁହେଁ କିମ୍ବା କୌଣସି ଯୋଜନାର ବଜେଟ୍ ନୁହେଁ । ଏହା ହେଉଛି ଗତ ୨୩ବର୍ଷ ମଧ୍ୟରେ ଏହି ଦେଶର ସେହି ଅସହାୟ ଛାତ୍ରଛାତ୍ରୀ ଏବଂ ଚାକିରି ଆଶାୟୀ ଯୁବକଯୁବତୀମାନଙ୍କ ସଂଖ୍ୟା, ଯେଉଁମାନଙ୍କ ଭବିଷ୍ୟତକୁ ଆମ ଦେଶର ନିକମ୍ମା ଏବଂ ଦୁର୍ନୀତିଗ୍ରସ୍ତ ସିଷ୍ଟମ୍ ସମ୍ପୂର୍ଣ୍ଣ ଭାବେ ବର୍ବାଦ କରିଦେଇଛି। ଯେତେବେଳେ ଜଣେ ଛାତ୍ର କିମ୍ବା ଚାକିରି ଆଶାୟୀ ବର୍ଷ ବର୍ଷ ଧରି ଦିନରାତି ଏକ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରେ, ସେତେବେଳେ ସେ ବହିପତ୍ରରେ ଗୋଟିଏ ଶବ୍ଦ ପଢ଼େ – “ଉତ୍ତରଦାୟିତ୍ୱ” ବା Accountability । କିନ୍ତୁ ସେ ଯେତେବେଳେ ପରୀକ୍ଷା ହଲ୍‌କୁ ଯାଏ, ସେତେବେଳେ ତାକୁ ଉତ୍ତରଦାୟିତ୍ୱ ମିଳେନାହିଁ, ବରଂ ମିଳେ “ପ୍ରଶ୍ନପତ୍ର ଲିକ୍”ର ଖବର ! ପରୀକ୍ଷା ବାତିଲ୍ ହୁଏ, ରେଜଲ୍ଟ ଅଟକିଯାଏ, ଆଉ…

Read More