Author: TRUPTIMAYEE SAHOO

ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବ୍‌ରେ ଆଜି ବିରୋଧୀ ଦଳଗୁଡ଼ିକର ସବୁଠୁ ବଡ଼ ମେଣ୍ଟ ‘ଇଣ୍ଡିଆ ଆଲାଏନ୍ସ’ ବା ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । କିନ୍ତୁ କ’ଣ ରହିଛି ଏହି ବୈଠକ ପଛରେ ଥିବା ସେହି ଅସହଜ ସତ୍ୟ ଏବଂ ଭୟଙ୍କର ଅସ୍ଥିରତା ବିଷୟ , ଯାହା ଏବେ ବିରୋଧୀ ଶିବିରରେ ହଇଚଇ ସୃଷ୍ଟି କରିଛି ? ଆଜିଠାରୁ ଠିକ୍ ୩ବର୍ଷ ପୂର୍ବେ, ଅର୍ଥାତ୍ ଜୁନ୍ ୨୦୨୩ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ସରକାରକୁ ହଟାଇବା ପାଇଁ ଏହି ମେଣ୍ଟ ଗଠନ କରାଯାଇଥିଲା, ସେତେବେଳେ ଏହାର ସଦସ୍ୟ ସଂଖ୍ୟା ଥିଲା ୩୭। ଅର୍ଥାତ୍ ୩୭ଟି ଆଞ୍ଚଳିକ ଏବଂ ଜାତୀୟ ଦଳ ଏକାଠି ହୋଇ ହାତ ମିଳାଇଥିଲେ। କିନ୍ତୁ ଆଜି ଦିଲ୍ଲୀରେ ହେଉଥିବା ବୈଠକର ଚିତ୍ର ଦେଖନ୍ତୁ- ୩୭ରୁ ଖସି ଏବେ ମାତ୍ର ୨୩ଟି ଦଳ ବୈଠକରେ ସାମିଲ ହୋଇଛନ୍ତି। ବିଜେପି ସରକାରକୁ ହଟାଇବା ପାଇଁ…

Read More