Author: TRUPTIMAYEE SAHOO

ଇଣ୍ଡିଆ ବ୍ଲକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୨୩ଟି ବିରୋଧୀ ଦଳ ଅଂଶଗ୍ରହଣ କରିଛନ୍ତି , ଯେଉଁଠାରେ ମୁଦ୍ରାସ୍ଫୀତି, ବେକାରୀ, ସମ୍ବିଧାନ ଏବଂ କେନ୍ଦ୍ର ସରକାରଙ୍କ ନୀତି ସମ୍ପର୍କରେ ଏକ ମିଳିତ ରଣନୀତି ଆଲୋଚନାର ପ୍ରସଙ୍ଗ ପାଲଟିଛି । ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି “ଇଣ୍ଡିଆ ବ୍ଲକ ବୈଠକ ସୋମବାର ଦିନ ୧୨ଟାରେ ଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଅନୁଷ୍ଠିତ ହେବ। ସେ ନିଶ୍ଚିତ କରିଛନ୍ତି ଯେ ୨୩ଟି ରାଜନୈତିକ ଦଳ ଯୋଗଦେବାକୁ ରାଜି ହୋଇଛନ୍ତି । କିଛି ଦଳ ନିଜସ୍ୱ କାରଣରୁ ଅଂଶଗ୍ରହଣ କରିପାରିବେ ନାହିଁ, କିନ୍ତୁ ସେମାନେ ଗଠବନ୍ଧନର ପ୍ରସଙ୍ଗ ଏବଂ ଏଜେଣ୍ଡାକୁ ସମର୍ଥନ ଜଣାଇଛନ୍ତି ।” ମୋଦୀ ସରକାରଙ୍କ ନୀତିକୁ ଟାର୍ଗେଟ କରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟରେ ଜୟରାମ ରମେଶ ଅଭିଯୋଗ କରିଛନ୍ତି ଯେ ,ମୋଦୀ ସରକାରଙ୍କ ନୀତି ଏବଂ ନିଷ୍ପତ୍ତି ଗଣତାନ୍ତ୍ରିକ ମୂଲ୍ୟବୋଧକୁ…

Read More