Author: TRUPTIMAYEE SAHOO

ଆଜିକାଲିର ଅନିୟମିତ ଜୀବନଶୈଳୀ ଏବଂ ମାନସିକ ଚାପ ମଧ୍ୟରେ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ ଭାବେ ଉଭା ହୋଇଛି। ପ୍ରାୟତଃ ଲୋକେ ଭାବନ୍ତି ଯେ ଅତ୍ୟଧିକ ଲୁଣ ଖାଇବା କିମ୍ବା ଟେନସନ ଯୋଗୁଁ ହିଁ କେବଳ ବିପି ବଢ଼ିଥାଏ। ମାତ୍ର ବାସ୍ତବରେ ମଦ୍ୟପାନ ରକ୍ତଚାପ ବୃଦ୍ଧିର ଅନ୍ୟତମ ପ୍ରମୁଖ ଖଳନାୟକ। ଏଭଳି ପରିସ୍ଥିତିରେ ଅନେକଙ୍କ ମନରେ ପ୍ରଶ୍ନ ଉଠେ ଯେ, ଯଦି ଜଣେ ବ୍ୟକ୍ତି ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରିଦିଏ, ତେବେ ତାଙ୍କର ବଢ଼ି ରହିଥିବା ରକ୍ତଚାପ ସ୍ୱାଭାବିକ ସ୍ତରକୁ ଫେରିଆସିବ କି? ଚିକିତ୍ସା ବିଜ୍ଞାନ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ତଥ୍ୟ ଅନୁଯାୟୀ, ମଦ୍ୟପାନ ଛାଡ଼ିବା ଦ୍ୱାରା ରକ୍ତଚାପ ଉପରେ ସିଧାସଳଖ ଓ ସକାରାତ୍ମକ ପ୍ରଭାବ ପଡ଼ିଥାଏ ଏବଂ ଶରୀରରେ ଆଶ୍ଚର୍ଯ୍ୟଜନକ ଉନ୍ନତି ଦେଖାଦିଏ। ମଦ୍ୟପାନ କିପରି ବଢ଼ାଇଥାଏ ରକ୍ତଚାପ? ନିୟମିତ ବା ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ସନ୍ତୁଳନ ବିଗିଡ଼ିଯାଏ: ସିମ୍ପାଥେଟିକ୍ ସ୍ନାୟୁତନ୍ତ୍ର ସକ୍ରିୟ ହେବା…

Read More