Author: TRUPTIMAYEE SAHOO

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ପ୍ରତିକ ଇସ୍ରାଏଲ ଗସ୍ତକୁ ନେଇ ଏବେ ସାରାବିଶ୍ୱରେ ଚର୍ଚ୍ଚା। କିନ୍ତୁ ଏହି ଗସ୍ତ ପଡ଼ୋଶୀ ପାକିସ୍ତାନ ଏବଂ ଭାରତର କିଛି ତଥାକଥିତ ବୁଦ୍ଧିଜୀବୀ ଓ ବିରୋଧୀ ନେତାଙ୍କ ନିଦ ହଜାଇ ଦେଇଛି। ପ୍ରଧାନମନ୍ତ୍ରୀଙ୍କୁ ଇସ୍ରାଏଲ୍‌ରେ ମିଳିଥିବା ସମ୍ମାନ ଏବଂ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି କାହିଁକି କିଛି ଲୋକଙ୍କୁ ବାଧୁଛି? ଆସନ୍ତୁ ଜାଣିବା ଏହି ବିଶେଷ ରିପୋର୍ଟରେ। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ପ୍ରୋଟୋକଲ୍ ଭାଙ୍ଗି ମୋଦୀଙ୍କୁ ବିମାନବନ୍ଦରରେ ସ୍ୱାଗତ କରିଥିଲେ। କେବଳ ସେତିକି ନୁହେଁ, ମୋଦୀ ଇସ୍ରାଏଲ ସଂସଦ ବା ‘କନେସେଟ’କୁ ସମ୍ବୋଧିତ କରିଛନ୍ତି ଏବଂ ସେଠାରେ ତାଙ୍କୁ ସର୍ବୋଚ୍ଚ ସଂସଦୀୟ ସମ୍ମାନ ‘ମେଡାଲ୍ ଅଫ୍ ଦ କନେସେଟ’ ପ୍ରଦାନ କରାଯାଇଛି। ଜଣେ ବିଶ୍ୱ ନେତା ଭାବେ ମୋଦୀଙ୍କ ଗ୍ରହଣୀୟତା ଏଠାରେ ସ୍ପଷ୍ଟ ବାରି ହୋଇପଡ଼ୁଛି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ଅକ୍ଟୋବର ୭ରେ ହୋଇଥିବା ହମାସ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ…

Read More