Author: TRUPTIMAYEE SAHOO

ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ଧାରଣ କରିଛି।  ଘଟଣାକ୍ରମରେ ପାକିସ୍ତାନ ସୀମା ଭିତରେ ସେନା ଘାଟି ଉପରେ ଭୟାବହ ବିସ୍ଫୋରଣ ଘଟିଥିବା ଖବର ମିଳିଛି। ଏହାକୁ ପାଲଟା ଆକ୍ରମଣ ବୋଲି ଦାବି କରିଛି ତାଲିବାନ। ଏହା ସହିତ ପାକ୍-ଆଫଗାନ୍ ସମ୍ପର୍କ ଅଧିକ ତିବ୍ର ହୋଇଯାଇଛି। ସୂଚନା ଅନୁସାରେ, ପୂର୍ବରୁ ପାକିସ୍ତାନ ପକ୍ଷରୁ କାବୁଲ ଓ କନ୍ଦାର ପରି ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା। ପାକିସ୍ତାନୀ ସେନା ଦାବି କରିଛି ଯେ ସେମାନେ (TTP) ଶିବିର ଓ ତାଲିବାନର କିଛି ସାମରିକ ଘାଟିକୁ ଟାର୍ଗେଟ୍ କରିଥିଲେ। ଏହି ଆକ୍ରମଣରେ ଶତାଧିକ ତାଲିବାନୀ ନିହତ ହୋଇଥିବା ଦାବି ମଧ୍ୟ ପାକିସ୍ତାନ କରିଛି। ଏହା ପରେ ଆଫଗାନ ପକ୍ଷରୁ କଡ଼ା ପ୍ରତିକ୍ରିୟା ଆସିଛି। ଆଫଗାନିସ୍ଥାନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଡ୍ରୋନ୍ ସାହାଯ୍ୟରେ ପାକିସ୍ତାନ ସୀମା ଭିତରେ କିଛି ସାମରିକ କେନ୍ଦ୍ର ଉପରେ ସଫଳ ଆକ୍ରମଣ କରାଯାଇଛି…

Read More