Author: TRUPTIMAYEE SAHOO

ବାଲେଶ୍ୱରରେ ଅଭାବନୀୟ ଘଟଣା। ବିବାହ ପରେ ନବଦମ୍ପତି ଥାନାରେ ଅଟକ ରହିଥିବା ଖବର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ବାଲେଶ୍ୱର ସହରର ସହଦେବଖୁଣ୍ଟା ପୋଲିସ ଷ୍ଟେସନ ଅଧୀନ ବାଲିଆ ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ, ବାଲିଆ ଅଞ୍ଚଳର ଜଣେ ପ୍ରାୟ ୫୦ ବର୍ଷୀୟ ବ୍ୟକ୍ତି, ଯିଏ ବାଲେଶ୍ୱର ପୋଲିସ ଲାଇନ୍ ଛକରେ ଅଟୋ ଚଳାଇ ଜୀବିକା ନିର୍ବାହ କରନ୍ତି, ତାଙ୍କ ସହ ଜଣେ ପ୍ରାୟ ୨୦ ବର୍ଷୀୟ ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଦୁହେଁ ମଧ୍ୟରେ କିଛିଦିନ ଧରି ପରିଚୟ ଓ ଆଲୋଚନା ଚାଲିଥିବା କୁହାଯାଉଛି। ଗତକାଲି ଯୁବତୀଙ୍କ ଘର ନିକଟରେ ଦୁହେଁ କଥା ହେଉଥିବା ବେଳେ ସ୍ଥାନୀୟ ଲୋକମାନେ ସେମାନଙ୍କୁ ଧରିଥିଲେ। ବୟସର ବଡ଼ ତାଫାତ୍ ଓ ସମ୍ପର୍କକୁ ନେଇ ସନ୍ଦେହ ହୋଇଥିବାରୁ ଲୋକେ ତୁରନ୍ତ ଦୁହେଁଙ୍କ ବିବାହ କରାଇଦେଇଥିବା ଖବର ମିଳିଛି। ସ୍ଥାନୀୟ ମନ୍ଦିରରେ ସରଳ ଆଚାର-ବିଚାର ମାଧ୍ୟମରେ ବିବାହ ସମ୍ପନ୍ନ ହୋଇଥିବା କୁହାଯାଉଛି। କିନ୍ତୁ  ବିବାହ…

Read More