Author: TRUPTIMAYEE SAHOO

କନ୍ଧମାଳ ଜିଲ୍ଲାରେ ଆଇନ-ଶୃଙ୍ଖଳାକୁ ଚ୍ୟାଲେଞ୍ଜ କରିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଫୁଲବାଣୀ ଟାଉନ ପୋଲିସ ଷ୍ଟେସନ ଅଧୀନ ସାଇ ମନ୍ଦିର ନିକଟରେ ଦିନ ଦିପହରେ ଜଣେ କାର୍ଯ୍ୟରତ ପୋଲିସ କନେଷ୍ଟବଳଙ୍କୁ ଦୁଇ ନିଶାଗ୍ରସ୍ତ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପୋଲିସ ନିଜେ ଯେଉଁଠାରେ ସୁରକ୍ଷାର ପ୍ରତୀକ, ସେଠାରେ ତାଙ୍କ ଉପରେ ଏପରି ନିର୍ମମ ଆକ୍ରମଣ ଘଟିବା ଘଟଣାକୁ ଗୁରୁତର ଭାବେ ନେଇଛି ପ୍ରଶାସନ। ସୂଚନା ଅନୁସାରେ, ଦୁଇ ଯୁବକ କୌଣସି କାରଣରୁ ସେହି କନେଷ୍ଟବଳଙ୍କ ସହ ଝଗଡାରେ କରିଥିଲେ। ପରେ ବିବାଦ ଉତ୍ତେଜନାର ରୂପ ନେଇଥିଲା । ଯୁବକମାନେ କନେଷ୍ଟବଳଙ୍କୁ ବିଚ୍ ରାସ୍ତାରେ ଗୋଡାଇ ଗୋଡାଇ ମାଡ଼ ମାରିଥିଲେ । ତାଙ୍କୁ ତଳେ ପକେଇ ମୁହଁ, ବେକ୍ ଓ ଛାତି ଉପରେ ଗୋଇଠା ଓ ମୁଥା ମାଡ଼ ମାରିଥିବା ସାକ୍ଷୀମାନେ କହିଛନ୍ତି । କେବଳ ମାଡ଼ ମାରିବାରେ…

Read More