Author: TRUPTIMAYEE SAHOO

ଆସିବାକୁ ଯାଉଛି ରଙ୍ଗର ପର୍ବ ହୋଲି, ଯାହା ପ୍ରେମ, ମିତ୍ରତା ଓ ଭାଇଚାରର ପର୍ବ ଭାବରେ ପାଳନ କରାଯାଏ। ହୋଲି ପାଇଁ ଲୋକମାନେ ବିଶେଷ ଉତ୍ସାହରେ ରଙ୍ଗ ଖେଳିବାକୁ ପ୍ରସ୍ତୁତ ହୁଅନ୍ତି, କିନ୍ତୁ ବଜାରରେ ମିଳୁଥିବା କେମିକାଲ ରଙ୍ଗରେ ଥିବା ରାସାୟନିକ ପଦାର୍ଥ ଚର୍ମ ଓ କେଶକୁ କ୍ଷତି ପହଞ୍ଚାଇପାରେ। ଏହି ଦୃଷ୍ଟିରେ ହୋଲି ଉତ୍ସବରେ ସୁରକ୍ଷିତ ରହିବା ପାଇଁ କିଛି ଘରୋଇ ଉପଚାର ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ନଡ଼ିଆ ତେଲ ହୋଲିରେ ଚର୍ମର ସୁରକ୍ଷା ପାଇଁ ଅତ୍ୟନ୍ତ ଲାଭଦାୟକ । ଏହା ଚର୍ମକୁ ମଶ୍ଚରାଇଜ୍ ରଖି ଏକ ସୁରକ୍ଷା ସ୍ତର ସୃଷ୍ଟି କରେ। ହୋଲିରେ ରଙ୍ଗ ଖେଳିବା ପୂର୍ବରୁ ନଡ଼ିଆ ତେଲର ମାଲିସ୍ କରିବା ଦ୍ୱାରା ଚର୍ମକୁ କ୍ଷତିରୁ ରକ୍ଷା କରିବା ସହିତ ପିଗ୍ମେଣ୍ଟେସନ୍ ରୋକାଯାଇପାରିବ। ଚଣା ଏବଂ ଦହି ଫେସ୍ ପ୍ୟାକ୍ ହୋଲି ପୂର୍ବରୁ ମୁହଁର ସ୍କିନ୍ ପାଇଁ ଏକ ଶକ୍ତିଶାଳୀ ଉପାୟ। ଏହା ଡେଡ୍ ସ୍କିନ୍…

Read More