Author: TRUPTIMAYEE SAHOO

ଓଡ଼ିଶା ରାଜନୀତିର ମାନଚିତ୍ରରେ ଏକ ଭୂକମ୍ପ ଆସିବାକୁ ଯାଉଛି । ଏମିତି ଏକ ଖବର ଯାହା ଶଙ୍ଖ ଭବନଠାରୁ ଆରମ୍ଭ କରି ପଦ୍ମ ଶିବିର ପର୍ଯ୍ୟନ୍ତ ସବୁଠି ହଇଚଇ ସୃଷ୍ଟି କରିଛି । ଦୀର୍ଘ ଦୁଇ ବର୍ଷର ନୀରବତା, ଅନେକ ଅଙ୍କକଷା ଏବଂ ପରଦା ପଛର ରହସ୍ୟମୟ ବୁଝାମଣା ପରେ ଏବେ ଓଡ଼ିଶା ରାଜନୀତିକୁ ଆସୁଛନ୍ତି ସୁଜାତା ରାଉତ କାର୍ତ୍ତିକେୟନ । ହଁ, ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିବା ଓଡ଼ିଆ ପରିବାରର ଝିଅ ତଥା ତାମିଲ ଘରର ବୋହୂ ସୁଜାତାଙ୍କ ବିଜେଡି ପ୍ରବେଶ ଏବେ ଶତପ୍ରତିଶତ ସୁନିଶ୍ଚିତ ବୋଲି ଦଳ ନିଜେ ଖୋଲାଖୋଲି ସ୍ୱୀକାର କରିଛି । କିନ୍ତୁ ଟ୍ୱିଷ୍ଟ ଏତିକିରେ ସରିନାହିଁ । ଏହି ହଠାତ୍ ପ୍ରବେଶ ପଛରେ କୌଣସି ସାଧାରଣ ରଣନୀତି ନାହିଁ, ବରଂ ଏହା ପଛରେ ରହିଛି ବିଜେପିର ସବୁଜ ସଂକେତ! କୁହାଯାଉଛି, କଂଗ୍ରେସକୁ ଓଡ଼ିଶା ମାଟିରେ ସମ୍ପୂର୍ଣ୍ଣ ଭାବେ ହଜେଇବା ପାଇଁ ଏବଂ ବିଜେଡିର…

Read More