Author: TRUPTIMAYEE SAHOO

୧୧ମାସରେ ଦ୍ଵିତୀୟ ଥର ପାଇଁ ଏଲପିଜି ଦାମ୍ ବୃଦ୍ଧି : ଘରୋଇ ସିଲିଣ୍ଡର ୬୦/- , ବାଣିଜ୍ୟିକ ୧୧୫/- ଟଙ୍କାକୁ ବୃଦ୍ଧି | ତୈଳ କମ୍ପାନୀଗୁଡ଼ିକ ଶନିବାର ଦିନ ଘରୋଇ ଏବଂ ଦେଶରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବଢ଼ାଇଛନ୍ତି | ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କି.ଗ୍ରା. ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୯୧୩ଟଙ୍କାରେ ପହଞ୍ଚିଛି , ଯାହା ପୂର୍ବରୁ ୮୫୩ଟଙ୍କା ଥିଲା । ବର୍ଷକଠୁ କମ୍ ସମୟ ମଧ୍ୟରେ ଏହା ଏଲପିଜି ମୂଲ୍ୟରେ ଦ୍ୱିତୀୟ ବୃଦ୍ଧି। ପଶ୍ଚିମ ଏସିଆରେ ଚାଲିଥିବା ଇସ୍ରାଏଲ-ଇରାନ ଯୁଦ୍ଧ ଯୋଗୁଁ ବିଶ୍ୱରେ ଅନେକ ରାଷ୍ଟ୍ରରେ ପ୍ରଭାବିତ ହୋଇଛି ଯୋଗାଣ ବ୍ୟବସ୍ଥା | ତେବେ ଏହାକୁ ଦୃଷ୍ଟିରେ ରଖି ସରକାର ଭାରତୀୟ ତୈଳ କମ୍ପାନୀ (OMCs) କୁ ଦେଶରେ ଏଲପିଜି ଉତ୍ପାଦନ ବୃଦ୍ଧି କରିବାକୁ କହିଥିଲେ | ଏହାପରେ ଏହି ମୂଲ୍ୟକୁ ବୃଦ୍ଧି କରାଯାଇଛି । ଭାରତରେ ବର୍ତ୍ତମାନ ୩୩.୦୮କୋଟି ସକ୍ରିୟ ଏଲପିଜି ଗ୍ରାହକ…

Read More