Author: Purva Paksha

ଆଗାମୀ ଗ୍ରୀଷ୍ମ ଋତୁରେ ଜଳଭାବକୁ ନେଇ ଏବେଠାରୁ ଚିନ୍ତା ପ୍ରକଟ କରାଯାଉଥିବାବେଳେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ହାରରେ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ସମେତ ଅନ୍ୟ ନଦୀଗୁଡ଼ିକରୁ ଜଳ ଶୋଷୁଛନ୍ତି ତାହା ସ୍ଥିତିକୁ ବହୁଗୁଣିତ କରିଦେବ। ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳବାସୀ ତ ଦୂରରକଥା ନଦୀକୂଳିଆ ଲୋକେ ବି ପାଣିଟୋପେ ପାଇବେ କି ନାହିଁ ଏବେଠାରୁ ସେହି ଚିନ୍ତାରେ ପଡ଼ିଲେଣି। ଗୋଟିଏ ପଟେ ପଡ଼ୋଶୀ ଛତିଶଗଡ଼ ମହାନଦୀକୁ ପାଣି ଛାଡ଼ିବା ନେଇ ଲୁଚୁକାଳି ଖେଳୁଥିବାବେଳେ ଛୋଟ ବଡ଼ ୪୭ଟି ଶିଳ୍ପସଂସ୍ଥା ହୀରାକୁଦ ସମେତ ମହାନଦୀର ବିଭିନ୍ନ ସ୍ଥାନରୁ ନିଜର ଆବଶ୍ୟକତା ପାଇଁ ଜଳ ଶୋଷିବାରେ ଲାଗିଛନ୍ତି। ହୀରାକୁଦରୁ ଜଳ ଶୋଷିବା ତାଲିକାରେ ସବୁଠାରୁ ଆଗରେ ରହିଛି ଝାରଗୁଡ଼ାରେ ଥିବା ସେସା ଷ୍ଟେରଲାଇଟ୍‍ କମ୍ପାନୀ। ଏହି କମ୍ପାନୀର ହୀରାକୁଦରୁ ୭୨ କ୍ୟୁସେକ ଜଳ ଟାଣୁଥିବାବେଳେ ସମ୍ବଲପୁରର ଲପଙ୍ଗାଠାରେ ଥିବା ଆଦିତ୍ୟ ଆଲୁମିନିୟମ କମ୍ପାନୀ ହୀରାକୁଦ ଜଳଭଣ୍ଡାରରୁ ସିଧାସଳଖ ୫୨.୭୩ କ୍ୟୁସେକ ଜଳ ଟାଣୁଛି। ଏହା ପଛକୁ…

Read More