Author: Purva Paksha

Coastal highway: ବିକଳ୍ପ ସମାନ୍ତରାଳ ମାର୍ଗଭାବେ କାମ କରିବା ଏବଂ ଚେନ୍ନାଇ-କୋଲକାତା ୧୬ ନମ୍ବର ଜାତୀୟ ରାଜପଥରେ ଭିଡ଼ ଦୂର କରିବା ପାଇଁ ଡିଜାଇନ୍ କରାଯାଇଥିବା ଓଡ଼ିଶା ଉପକୂଳ ରାଜପଥ ପ୍ରାରମ୍ଭିକ ପ୍ରସ୍ତାବର ପ୍ରାୟ ୧୦ ବର୍ଷ ପରେ ବାସ୍ତବରୂପ ନେବାକୁ ଯାଉଛି। ପ୍ରଥମେ ୨୦୧୫ ମସିହାରେ ଗଞ୍ଜାମ ଜିଲ୍ଲାର ଗୋପାଳପୁରକୁ ପଶ୍ଚିମବଙ୍ଗର ଦୀଘା ସହ ସଂଯୋଗ କରିବାକୁ ପ୍ରସ୍ତାବ ଦିଆଯାଇଥିଲେ ହେଁ ପରିବେଶ ମଞ୍ଜୁରି ସମସ୍ୟା ଓ ପ୍ରସ୍ତାବିତ ଆଲାଇନମେଣ୍ଟକୁ ନେଇ ଜନବିରୋଧ ଯୋଗୁଁ ଏହି ପ୍ରକଳ୍ପ ବିଳମ୍ବର ସମ୍ମୁଖୀନ ହୋଇଥିଲା। ତେବେ ଚିଲିକା, ବାଲୁଖଣ୍ଡ ବନ୍ୟପ୍ରାଣୀ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନ ଭଳି ପରିବେଶ ସମ୍ବେଦନଶୀଳ ଅଞ୍ଚଳକୁ ଏଡ଼ାଇ ୪୫୧ କିଲୋମିଟରରୁ ୩୪୬ କିଲୋମିଟର ଦୂରତା ହ୍ରାସ କରିବା ପରେ ସ୍ଥିତିରେ ସୁଧାର ଆସିଛି। ରାମେଶ୍ୱରରୁ ରତନପୁର ଏବଂ ରତନପୁରରୁ ଦୀଘା ପର୍ଯ୍ୟନ୍ତ ଦୁଇଟି ବିଭାଗରେ ୪ ଲେନ୍ ବିଶିଷ୍ଟ ଏହି କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ।…

Read More