Author: Purva Paksha

Ayushman Arogya Mandir: ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି-ପିଏମଜେଏୱାଇ)କୁ ରାଜ୍ୟର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶାଇ ଆରମ୍ଭ କରିବା ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ଅବସରରେ ସେ ଏହା କହିଛନ୍ତି। ଏବି-ପିଏମଜେଏୱାଇର ଶୁଭାରମ୍ଭ ସହିତ ଓଡ଼ିଶା ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିପ୍ଳବ ଆଣିବାକୁ ଯାଉଛି ବୋଲି ଉଲ୍ଲେଖ କରି ଶ୍ରୀ ମାଝୀ କହିଛନ୍ତି ଯେ ଯେହେତୁ ପଞ୍ଚାୟତଗୁଡିକରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ସନ୍ତୋଷଜନକ ଭାବରେ କାର୍ଯ୍ୟ କରୁନାହିଁ, ତେଣୁ ଲୋକଙ୍କ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଖୋଲାଯିବ। ପ୍ରତ୍ୟେକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜଣେ ଏଏନଏମ (ସହାୟକ ନର୍ସିଂ ମିଡୱାଇଫରୀ), ଜଣେ ଯୋଗ ଶିକ୍ଷକ ଏବଂ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଏକ…

Read More