Author: NAZMEEN PARWEEN

ଓଡ଼ିଶାର ମାଟି, ପାଣି ଏବଂ ପବନରେ ଯଦି କୌଣସି ରାଜନେତାଙ୍କ ନାମ ସବୁଠୁ ଅଧିକ ସ୍ପନ୍ଦିତ ହୁଏ, ସେ ହେଉଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ। ସେ କେବଳ ଜଣେ ମୁଖ୍ୟମନ୍ତ୍ରୀ କିମ୍ବା ଜଣେ ସାଂସଦ ନ ଥିଲେ; ସେ ଥିଲେ ଜଣେ ଯୁଗପୁରୁଷ, ଯାହାଙ୍କ ପାଇଁ ‘ଅସମ୍ଭବ’ ଶବ୍ଦଟି ତାଙ୍କ ଅଭିଧାନରେ ନ ଥିଲା। କିନ୍ତୁ ଆଜି, ତାଙ୍କ ଦେହାନ୍ତର ପ୍ରାୟ ତିନି ଦଶନ୍ଧି ପରେ ମଧ୍ୟ, ଏକ ପ୍ରଶ୍ନ ଓଡ଼ିଶାର ରାଜନୈତିକ ଗଳିଠାରୁ ଆରମ୍ଭ କରି ଦିଲ୍ଲୀ ଦରବାର ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଛି— ବିଜୁ ବାବୁଙ୍କୁ ଭାରତ ରତ୍ନ’ କାହିଁକି ମିଳିନାହିଁ? ପ୍ରଧାନମନ୍ତ୍ରୀ ନ ହେବା ପାଇଁ କିଏ ଷଡ଼ଯନ୍ତ୍ର କରିଥିଲା। ଏହି ପ୍ରଶ୍ନ ଯେତିକି ଭାବପ୍ରବଣ, ତା’ଠାରୁ ଅଧିକ ରାଜନୈତିକ। ବିଶେଷ କରି ଯେଉଁ ଦଳ ତାଙ୍କ ନାମରେ ଗଠିତ ଏବଂ ଯିଏ ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଶାସନ ଗାଦିରେ ବସି ରହିଥିଲା, ସେହି…

Read More