Author: NAZMEEN PARWEEN

ଭାରତର ଡିଜିଟାଲ୍ କାରବାର ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅନଲାଇନ୍ ଟ୍ରାଞ୍ଜାକସନ ପାଇଁ ‘ୱାନ୍ ଟାଇମ୍ ପାସୱାର୍ଡ’ ବା ଓଟିପି (OTP)କୁ ସର୍ବୋଚ୍ଚ ସୁରକ୍ଷା ମାନକ ବୋଲି ଧରାଯାଉଥିଲା। ମାତ୍ର ବଢ଼ୁଥିବା ସାଇବର ଅପରାଧ ଏବଂ ଓଟିପି ଠକେଇକୁ ଦୃଷ୍ଟିରେ ରଖି ଆରବିଆଇ ଏବେ ଏହି ବ୍ୟବସ୍ଥାକୁ ବଦଳାଇବାକୁ ଯାଉଛି। ରିଜର୍ଭ ବ୍ୟାଙ୍କର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ଓଟିପି ଦ୍ୱାରା ଡିଜିଟାଲ୍ ପେମେଣ୍ଟ ସୁରକ୍ଷିତ ବୋଲି ଗ୍ରହଣ କରାଯିବ ନାହିଁ। ଏହା ବଦଳରେ ବାୟୋମେଟ୍ରିକ୍ ଏବଂ ଅନ୍ୟାନ୍ୟ ଅତ୍ୟାଧୁନିକ ସୁରକ୍ଷା ସ୍ତର ବ୍ୟବହାର କରାଯିବ। ଓଟିପି କାହିଁକି ଅସୁରକ୍ଷିତ? ଦେଶରେ ଡିଜିଟାଲ୍ କାରବାର ବଢ଼ିବା ସହିତ ସାଇବର ଅପରାଧୀଙ୍କ କୌଶଳ ମଧ୍ୟ ବଢ଼ିବାରେ ଲାଗିଛି। ‘ସିମ୍ ସ୍ୱାପିଂ’ (SIM Swapping) କିମ୍ବା ମୋବାଇଲ୍ ହ୍ୟାକ୍ କରି ଅପରାଧୀମାନେ ଗ୍ରାହକଙ୍କ ଓଟିପି ଚୋରି କରିବାରେ…

Read More