Author: NAZMEEN PARWEEN

ବିଶ୍ୱ ରାଜନୀତିର ରଙ୍ଗମଞ୍ଚରେ ଏବେ ଏକ ନାଟକୀୟ ମୋଡ଼ ଆସିଛି। ଯେଉଁ ଯୁଦ୍ଧର ନିଆଁରେ ସାରା ମଧ୍ୟପ୍ରାଚ୍ୟ ଜଳୁଥିଲା, ସେଥିରୁ ଏବେ ଆମେରିକା ନିଜକୁ ମୁକୁଳାଇବା ପାଇଁ ବ୍ୟଗ୍ର ହୋଇପଡ଼ିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାମ୍ପ୍ରତିକ ଘୋଷଣା— ଯେ ଆଉ ଦୁଇରୁ ତିନି ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହେବ— ତାହା ବିଶ୍ୱବାସୀଙ୍କୁ ଚକିତ କରିଛି। କିନ୍ତୁ ଏହି ଘୋଷଣା ପଛରେ କୌଣସି ଶାନ୍ତିର ବାର୍ତ୍ତା ନାହିଁ, ବରଂ ରହିଛି ଆମେରିକାର ଆଭ୍ୟନ୍ତରୀଣ ରାଜନୈତିକ ସଙ୍କଟ ଏବଂ ଟ୍ରମ୍ପଙ୍କ ନିଜସ୍ୱ ସ୍ୱାର୍ଥ। ଟ୍ରମ୍ପଙ୍କ ବ୍ୟବସାୟିକ ବୁଦ୍ଧି ଓ ଘରୋଇ ସଙ୍କଟ ଡୋନାଲ୍ଡ ଟ୍ରମ୍ପ ଜଣେ ଭାବୁକ ନେତା ନୁହନ୍ତି, ସେ ହେଉଛନ୍ତି ଜଣେ ‘ଟ୍ରାଞ୍ଜାକସନାଲ୍’ ବା ବ୍ୟବସାୟିକ ମନୋଭାବର ବ୍ୟକ୍ତି। ସେ ଯୁଦ୍ଧକୁ ମଧ୍ୟ ଏକ ଡିଲ୍ ଭାବେ ଦେଖନ୍ତି। ଆମେରିକାରେ ଟ୍ରମ୍ପଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ହ୍ରାସ ପାଉଛି ଏବଂ ଆଗକୁ ନଭେମ୍ବରରେ ହେବାକୁ ଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ…

Read More