Author: NAZMEEN PARWEEN

ସିନେମା ଜଗତରେ ଯେତେବେଳେ ‘ରଜନୀକାନ୍ତ’ଙ୍କ ନାମ ଆସେ, ସେତେବେଳେ ବକ୍ସ ଅଫିସର ସବୁ ହିସାବ କିତାବ ବଦଳି ଯାଏ। ଆଉ ଏଥର ମଧ୍ୟ ଠିକ୍ ସେଇୟା ହୋଇଛି! ବକ୍ସ ଅଫିସରେ ଏବେ କେବଳ ଗୋଟିଏ ନାମର ଚର୍ଚ୍ଚା – ‘ଜେଲର୍ ୨’ (Jailer 2)। ମାତ୍ର ୯ ଦିନ ଭିତରେ ଏହି ଫିଲ୍ମଟି ବିଶ୍ଵବଜାରରେ ଯେଉଁ ଧ୍ଵଂସଲୀଳା ଜାରି ରଖିଛି, ତାହା ଦେଖି ବଡ଼ବଡ଼ ଟ୍ରେଡ୍ ଆନାଲିଷ୍ଟ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମାତ୍ର ନଅ ଦିନ ମଧ୍ୟରେ ଫିଲ୍ମଟି ୬୨୮ କୋଟିରୁ ଅଧିକ ଟଙ୍କା କମାଇ ଇତିହାସ ରଚିବା ଆଡକୁ ଦ୍ରୁତ ଗତିରେ ଆଗେଇ ଚାଲିଛି। ତେବେ ‘ଜେଲର୍ ୨’ର ଏହି ସଫଳତା ପଛର କାହାଣୀ କ’ଣ? କେମିତି ଭାବେ ରଜନୀକାନ୍ତଙ୍କ ଏହି ଫିଲ୍ମଟି ବଡ଼ବଡ଼ ରେକର୍ଡ ଭାଙ୍ଗୁଛି?  ନେଲସନ୍ ଦିଲୀପ କୁମାରଙ୍କ ନିର୍ଦ୍ଦେଶନାରେ ଏବଂ ରଜନୀକାନ୍ତଙ୍କ ଅଭିନୟରେ ସଜ୍ଜିତ ‘ଜେଲର୍ ୨’ ସିନେମା ଘରରେ ଧମାକା କରିଛି। ରିପୋର୍ଟ ମୁତାବକ,…

Read More