Author: Sarasinee Subudhi

ଫକୀରମୋହନ ସେନାପତି କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବାକୁ ବିଜେଡି ରଣହୁଙ୍କାର ଦେଇଛି। ଶତାଧିକ କର୍ମୀ ଲୋକସେବା ଭବନ ଘେରାଉ କରିବା ପାଇଁ ଉଦ୍ୟମ କରିଥିବା ବେଳେ ପୋଲିସ ସହିତ ଧସ୍ତାଧସ୍ତି ହୋଇଛି। ଭୁବନେଶ୍ୱରରେ, ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାଜ୍ୟ ସଚିବାଳୟ ଅଭିମୁଖେ ଶହ ଶହ ବିଜେଡି କର୍ମୀ ଶୋଭାଯାତ୍ରାରେ ଯାଇ ବ୍ୟାରିକେଡ୍ ଭାଙ୍ଗି ଆଗକୁ ବଢ଼ି ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲୁହ ବୁହା ଗ୍ୟାସ୍ ସହ ପାଣି ମାଡ଼ କରିଛି । ପୋଲିସ ସେମାନଙ୍କୁ ଅଟକାଇବାରୁ ସେମାନେ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଏହାସହ ଶତାଧିକ କର୍ମୀଙ୍କୁ ପୋଲିସ ଉଠାଇ ନେଇଛି। ଆଜି ଲୋକସେବା ଭବନ ଘେରାଉ ସାଙ୍ଗକୁ ବାଲେଶ୍ୱର ବନ୍ଦ ଡାକରା ଦେଇଛି ମଧ୍ୟ ବିଜେଡି। #WATCH | Bhubaneswar, Odisha | Police use water cannon to disperse BJD workers protesting over Balasore student’s death by self-immolation.…

Read More