Author: Sarasinee Subudhi

ବ୍ୟକ୍ତିଗତ ବିବାଦ କିମ୍ବା ଅଭିଯୋଗର ସମାଧାନ ନିମନ୍ତେ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରାଯାଇପାରିବ ନାହିଁ । ଯେଉଁ ଆବେଦନ ବା ରିଟ୍ ପିଟିସନ୍‌ରେ ଆବଶ୍ୟକ ସୂଚନାର ଅଭାବ ଥାଏ ତଥା ନାଗରିକଙ୍କ ମୌଳିକ ଅଧିକାରକୁ ଉଲ୍ଲଘଂନ ହେବା ଭଳି କିଛି ତଥ୍ୟ ନ ଥାଏ, ସେହି କ୍ଷେତ୍ରରେ ଅଦାଲତ ଏହାକୁ ଜନସ୍ବାର୍ଥ ମାମଲା(ପିଆଇଏଲ) ଭାବେ ଉତ୍ସାହିତ କରିବା ଅନୁଚିତ ବୋଲି ହାଇକୋର୍ଟ ଏକ ଗୁରୁତ୍ଵପୂର୍ଣ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ସେକ ଅମଜାଦଙ୍କ ପକ୍ଷରୁ ପିଆଇଏଲ ଭାବେ ରୁଜୁ ଏକ ଆବେଦନକୁ ଖାରଜ କରି ମୁଖ୍ୟ ବିଚାରପତି ଜଷ୍ଟିସ ହରୀଶ ଟଣ୍ଡନ ଓ ଜଷ୍ଟିସ୍ ଏମ. ଏସ୍ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହିଁରାୟ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭାଗା ମୌଜାରେ ଥ‌ିବା ୫ ନମ୍ବର ପ୍ରତିପକ୍ଷଙ୍କ ଏକ ପ୍ଲଟରୁ ମୋବାଇଲ୍ ଟାୱାରକୁ କାହିଁକି ହଟାଯିବ ନାହିଁ, ସେ ବିଷୟରେ ପ୍ରତିପକ୍ଷଙ୍କୁ କାରଣ ଦର୍ଶ ନୋଟିସ ଜାରି କରାଯାଉ…

Read More