Author: Sarasinee Subudhi

ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୂର୍ବରୁ ଲାଗିଥ‌ିବା ଦଫା ବଦଳିବା ସହ ତଦନ୍ତ ପରିସର ଆହୁରି ବଢ଼ିବ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଘଟଣାରେ ସାମଗ୍ରିକ ବିଷୟ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛୁ। ଗୁଡ଼ିଏ ତଥ୍ୟ ହାସଲ ହୋଇଥିବା ବେଳେ କିଛି ତଥ୍ୟ ହସ୍ତଗତ ହେବା ବାକି ରହିଛି। ସମ୍ପୂର୍ଣ୍ଣ ତଥ୍ୟ ହାସଲ ପାଇଁ କିଛି ସମୟ ଲାଗିବ। ଆମେ ଏପରି ଏକ ବ୍ୟବସ୍ଥା ତିଆରି କରିବା, ଯେପରି ଆଉ କେହି ଏପରି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଟିକେ ସମୟ ଆବଶ୍ୟକ ହେବ ବୋଲିମନ୍ତ୍ରୀ କହିଛନ୍ତି। ପୂଜାରୀ କହିଛନ୍ତି ଯେ, ଯେଉଁମାନେ କର୍ତ୍ତବ୍ୟରେ ଅବହେଳା କରିଛନ୍ତି, ଯେଉଁଥି ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଲା, ସେମାନଙ୍କୁ ମଧ୍ୟ ଠାବ କରାଯିବ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Read More