Author: Sarasinee Subudhi

ଟେସଲା ଭାରତୀୟ ବଜାରରେ ତାର ଯାତ୍ରା ଆରମ୍ଭ କରିଛି। କମ୍ପାନି ଆଜି ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହାର ପ୍ରଥମ ଶୋ’ରୁମ୍ ଖୋଲିବା ସହିତ ଏହାର ନୂତନ ବୈଦ୍ୟୁତିକ କାର ମଡେଲ୍ ୱାଇକୁ ଆନୁଷ୍ଠାନିକ ଭାବରେ ବିକ୍ରି ପାଇଁ ଲଞ୍ଚ କରିଛି। ମଙ୍ଗଳବାର ମୁମ୍ବଇର ବିକେସିରେ ଟେସ୍‌ଲାର ପ୍ରଥମ ଶୋ’ରୁମ୍‌ର ଶୁଭାରମ୍ଭ ହୋଇଛି। ମୁମ୍ବଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ମେକର ମ୍ୟାକ୍ସିଟି ମଲ୍‌ରେ ଟେସ୍‌ଲା ଶୋ’ରୁମ୍ ଖୋଲିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଟେସଲା ଶୋ’ରୁମ୍ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଦେଶରେ ଟେସ୍‌ଲାକୁ ସ୍ଵାଗତ କରି କହିଛନ୍ତି, ‘‘ଟେସ୍‌ଲା, ଭାରତକୁ ସ୍ଵାଗତ’’। ଏହାର ପ୍ରାରମ୍ଭିକ ମୂଲ୍ୟ ୫୯.୮୯ ଲକ୍ଷ ଟଙ୍କା ସ୍ଥିର କରାଯାଇଛି। କମ୍ପାନି ଏହି କାରକୁ ଦୁଇଟି ଭିନ୍ନ ଭିନ୍ନ ଭାରିଆଣ୍ଟରେ ଲଞ୍ଚ କରିଛି। ତେବେ ଭାରତୀୟ ଅଟୋମୋବାଇଲ୍ ବଜାର ଏବଂ ବିଶେଷକରି ବୈଦ୍ୟୁତିକ ଯାନ ସେଗମେଣ୍ଟ ପାଇଁ ଏହା ଏକ ବହୁତ ବଡ଼ ଦିନ ବୋଲି କୁହାଯାଉଛି…

Read More