Author: Sarasinee Subudhi

ମହିଳାଙ୍କ ବିରୋଧରେ ଅପରାଧ ବଢ଼ିବାରେ ଲାଗିଛି। ରାଜ୍ୟରେ ପ୍ରତିଦିନ ୮୬ ଜଣ ଶିକାର ହୋଇଥିବା ଏନ୍‌ସିଆରବି ରିପୋର୍ଟରେ ଉଲ୍ଲେଖ ରହିଛି। ଏନ୍‌ସିଆରବି ରିପୋର୍ଟ କହୁଛି, ଓଡ଼ିଶାରେ ପ୍ରତି ୧ ଲକ୍ଷ ମହିଳାରେ ୨୨୭ ଜଣ ଅପରାଧର ଶିକାର ହେଉଛନ୍ତି। କେବଳ ଅସଦାଚରଣ ମାମଲାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା। ରାଜ୍ୟରେ ବର୍ଷକରେ ୧୪,୮୯୧ ଜଣ ଅସଦାଚରଣର ଶିକାର ହୋଇଥିଲେ। ଅସଦାଚରଣରେ ଦ୍ୱିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ଗତବର୍ଷ ୧୦,୫୭୮ ଜଣ ଅସଦାଚରଣର ଶିକାର ହୋଇଥିଲେ। ତୃତୀୟ ସ୍ଥାନ ନେଇଛି ଉତ୍ତର ପ୍ରଦେଶ। ଏହି ରାଜ୍ୟରେ ୯,୭୦୩ ଜଣ ଶିକାର ହୋଇଛନ୍ତି। ପ୍ରତ୍ୟେକ ଦିନ ଦେଶରେ ୧୧୨୧ ଜଣ ମହିଳା ଅପରାଧର ଶିକାର ହେଉଛନ୍ତି । ଗତ ରିପୋର୍ଟ କହୁଛି, ୩୫୬ ଦିନରେ ଆମ ରାଜ୍ୟରେ ୩୧,୩୫୨ ଜଣ ଅପରାଧର ଶିକାର ହୋଇଛନ୍ତି। ଯଦି ଆମ ପଡ଼ୋଶୀ ପଶ୍ଚିମବଙ୍ଗ କଥା ଦେଖିବା ତା’ ହେଲେ ୪୮୧.୨ ଲକ୍ଷ ମହିଳା…

Read More