Author: Sarasinee Subudhi

କାନ୍ଥପୁରମ୍ ଏପିର ଜଣେ ପ୍ରସିଦ୍ଧ ମୁସଲିମ ଧର୍ମଗୁରୁ ଅବୁବାକର ମୁସଲିୟାର, ୟେମେନରେ ଭାରତୀୟ ନର୍ସ ନିମିଷା ପ୍ରିୟାଙ୍କ ନିର୍ଦ୍ଧାରିତ ଫାଶି ଦଣ୍ଡକୁ ଏଡାଇବାରେ ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବରେ ଉଭା ହୋଇଛନ୍ତି। ଶେଖ୍ ଅବୁବାକର ଅହମ୍ମଦ ଭାବରେ ସରକାରୀ ଭାବରେ ଜଣାଶୁଣା ଏବଂ ‘ଭାରତର ମହାନ ମୁଫ୍ତି’ ଭାବରେ ସମ୍ମାନିତ ହୋଇଥିବା ୯୪ ବର୍ଷୀୟ ମୁସଲିୟାର, ୟେମେନର ଧାର୍ମିକ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ଯେଉଁମାନେ କି ତାଲାଲ ଅବଦୋ ମହଦୀଙ୍କ ପରିବାର ସହିତ ଯୋଗାଯୋଗରେ ଥିଲେ। ନିମିଷା ପ୍ରିୟା ୨୦୧୭ରେ ତାଲାଲ ଅବଦୋ ମହଦୀଙ୍କ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେରଳର ନର୍ସ ନିମିଷା ପ୍ରିୟାଙ୍କୁ ତାଙ୍କ ୟେମେନୀ ବ୍ୟବସାୟିକ ଅଂଶୀଦାର ମହଦୀଙ୍କ ହତ୍ୟା ପାଇଁ ଜୁଲାଇ ୧୬ ରେ ଫାଶି ଦିଆଯିବାର ଯୋଜନା କରାଯାଇଥିଲା। ଯାହାକି ଶେଷ ମୂହୁର୍ତ୍ତରେ ସ୍ଥଗିତ ରଖାଯାଇଛି। କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଫାଶି ସ୍ଥଗିତ ରଖିବା ଘଟଣାକୁ ହୃଦୟସ୍ପର୍ଶୀ ଏବଂ ଆଶାପୂର୍ଣ୍ଣ ବୋଲି…

Read More