Author: Sarasinee Subudhi

ଆମେରିକାର ପ୍ରକାଶନ ସଂସ୍ଥା ୱାଲ ଷ୍ଟ୍ରିଟ୍ ଜର୍ଣାଲ (ଡବ୍ଲ୍ୟୁଏସ୍‌) ଏହାର ରିପୋର୍ଟ ପ୍ରକାଶ କରିଛି । ଡବ୍ଲ୍ୟୁଏସ୍‌ ତାହାର ରିପୋର୍ଟରେ ଅହମଦାବାଦ ବୋଇଁ ବିମାନ ଦୁର୍ଘଟଣା ପାଇଁ ପାଇଲଟ୍‌ଙ୍କୁ ସମ୍ପୂର୍ଣ୍ଣ ରୂପେ ଦାୟୀ କରିଛି। ବ୍ଲାକ୍ ବକ୍ସରେ କକ୍‌ପିଟ୍ ଭଏସ୍ ରେକର୍ଡିଂକୁ ଆଧାର କରି ଡବ୍ଲ୍ୟୁଏସ୍‌ ଉଲ୍ଲେଖ କରିଛି ଯେ ବିମାନର ଜଣେ ପାଇଲଟ୍ ଇଞ୍ଜିନକୁ ଇନ୍ଧନ ଯୋଗାଣ ସୁଇଚ୍ ବନ୍ଦ କରିଦେବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କକ୍‌ପିଟ୍ ଭଏସ୍ ରେକର୍ଡ ଅନୁଯାୟୀ ବିମାନ ଦୁର୍ଘଟଣା ପୂର୍ବରୁ ଦୁଇ ପାଇଲଟ୍ ଇନ୍ଧନ ସୁଇଚ୍ ବନ୍ଦ ହେବା ସମ୍ପର୍କରେ କଥାବାର୍ତ୍ତା ହୋଇଥିଲେ। ବିମାନର ପାଇଲଟ୍ ଦୁଇ ଇଞ୍ଜିନକୁ ଇନ୍ଧନ ଯୋଗାଣ କରିଥିବା ସୁଇଚକୁ ବନ୍ଦ କରିଦେଇଥ‌ିବା ରିପୋର୍ଟରେ ଲେଖାଯାଇଛି। ଭାରତର ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (ଏଏଆଇବି) ମଧ୍ୟ ଏହାର ପ୍ରାଥମିକ ରିପୋର୍ଟରେ କହିଛି ଯେ ବିମାନର ଦୁଇ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯିବାରୁ ବିମାନଟି ଟେକ୍‌ଅଫ କରିପାରି ନଥିଲା। ଫଳରେ…

Read More