Author: Sarasinee Subudhi

ଭାରତର ଆକ୍ରମଣର ଦୁଇ ଅଢେଇ ମାସ ପରେ ମଧ୍ୟ ପାକିସ୍ତାନ ତାର ରହିମ ୟାର ଖାନ ଏୟାରବେସରେ ମରାମତି କରିପାରି ନାହିଁ। ଏଥିରୁ ଚିନ୍ତା କରନ୍ତୁ ଯେ ଭାରତର ବ୍ରହ୍ମୋସ ମିସାଇଲ୍ ପାକିସ୍ତାନର ଏୟାରବେସରେ କିଭଳି ଧ୍ୱଂସଲୀଳା ସୃଷ୍ଟି କରିଥିବ। ପ୍ରକୃତରେ, ପାକିସ୍ତାନ ପୁଣି ଥରେ ରହିମ ୟାର ଖାନ ଏୟାରବେସ୍ ପାଇଁ ନୋଟାମ (ନୋଟିସ ଟୁ ଏୟାରମେନ) ଜାରି କରିଛି। ଏହା ସେହି ରନୱେ ଯେଉଁଠାରେ ଭାରତ ମଇ ୨୦୨୫ରେ ‘ଅପରେସନ ସିନ୍ଦୂର’ ସମୟରେ ବ୍ରହ୍ମୋସ ମିସାଇଲ ମାଡ଼ କରିଥିଲା। ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ, ଏହି ଏୟାରବେସ୍ ୫ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନାହିଁ, ଅର୍ଥାତ୍ ପ୍ରାୟ ତିନି ମାସ ହେଲା ଏହି ରଣନୀତିଗତ ସ୍ଥାନ ନିଷ୍କ୍ରିୟ ରହିଛି ଏବଂ ପାକିସ୍ତାନ କେବେ ଏହାର ମରାମତି କରିପାରିବ, ତାହାର ମଧ୍ୟ କୌଣସି ସୂଚନା ନାହିଁ। ଅର୍ଥାତ୍ ବ୍ରହ୍ମୋସ ଆକ୍ରମଣର ଆଘାତରୁ ଏଯାଏଁ ପାକିସ୍ତାନ ଉଦ୍ଧାର…

Read More