Author: Sarasinee Subudhi

ଡାକ୍ତର ହେଲେ ବି ପିଅନଙ୍କ ଠାରୁ ଦରମା କମ୍ ମିଳୁଛି। ବର୍ଷେ କି ଦୁଇ ବର୍ଷ ନୁହେଁ ୧୫ରୁ ୨୦ ବର୍ଷ ଧରି ସ୍ଵାସ୍ଥ୍ୟସେବାରେ ନିୟୋଜିତ ଥ‌ିବା ଆୟୁଷ ଡାକ୍ତରଙ୍କ ଅବସ୍ଥା ଏଭଳି ରହିଛି। ସରକାରଙ୍କୁ ବାରମ୍ବାର ଏ ଦିଗରେ ଅବଗତ କରିବା ସହ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ । ଦରମା ବଢ଼ାଇବା ତ ପରକଥା ଏସ୍‌ମା ଲଗାଇ ଆୟୁଷ ଡାକ୍ତରଙ୍କ ସ୍ଵର ଚପାଇଦିଆଯାଇଛି। ଏହି ଘଟଣାରେ ଆଜି ଜଣେ ଆୟୁଷ ଡାକ୍ତର ମାନସିକ ଭାରସାମ୍ୟ ହରାଇ ଜୀବନ ହାରିଛନ୍ତି। ପ୍ରାୟ ୩୦ରୁ ଅଧିକ ଡାକ୍ତର ଏଭଳି ସମସ୍ୟାରେ ପଡ଼ି ଜୀବନ ହାରିଥ‌ିବା ନେଇ ଆୟୁଷ ଡାକ୍ତର ସଂଘ ଅଭିଯୋଗ କରିଛି। ଏହାଛଡ଼ା କରୋନାରେ ଆକ୍ରାନ୍ତ ହୋଇ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ମଧ୍ୟ ସରକାର ସହାୟତା ଦେଇ ନଥ‌ିବା ଅଭିଯୋଗ ହୋଇଛି। ଉଲ୍ଲେଖ କରାଯାଇପାରେ ଯେ ରାଜ୍ୟରେ…

Read More