Author: Sarasinee Subudhi

ପହଲଗାମ ଆତଙ୍କବାଦୀ ଆକ୍ରମଣ ପଛରେ ଥିବା ପାକିସ୍ତାନ-ଭିତ୍ତିକ ସଂଗଠନ, ଦି ରେଜିଷ୍ଟାନ୍ସ ଫ୍ରଣ୍ଟକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିବା ପାଇଁ ଆମେରିକା ପ୍ରଶାସନର ନିଷ୍ପତ୍ତିକୁ ଭାରତ ସରକାର ସ୍ୱାଗତ କରିଛନ୍ତି। କେନ୍ଦ୍ର ଉଲ୍ଲେଖ କରିଛି ଯେ ଏହି ପଦକ୍ଷେପ ଭାରତ ଏବଂ ଆମେରିକା ମଧ୍ୟରେ ଦୃଢ଼ ଆତଙ୍କବାଦ ବିରୋଧୀ ସହଯୋଗକୁ ଗୁରୁତ୍ୱାରୋପ କରେ। “ଭାରତ ନିରନ୍ତର ଭାବରେ ଆତଙ୍କବାଦ ବିରୁଦ୍ଧରେ ଲଢ଼େଇ ଏବଂ ଆତଙ୍କବାଦ ଭିତ୍ତିଭୂମିକୁ ଭାଙ୍ଗିବାରେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଆସିଛି। ଟିଆରଏଫକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ଏକ ସମୟୋଚିତ ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଆତଙ୍କବାଦ ବିରୋଧୀ ଭାରତ ଏବଂ ଆମେରିକା ମଧ୍ୟରେ ଗଭୀର ସହଯୋଗକୁ ପ୍ରତିଫଳିତ କରେ” ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି। ଏହାସହ କେନ୍ଦ୍ର ସରକାର କହିଛନ୍ତି ଯେ ଭାରତ “ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି” ପ୍ରତି ପ୍ରତିବଦ୍ଧ ରହିବା ସହ “ଆତଙ୍କବାଦୀ…

Read More