Author: Sarasinee Subudhi

ଫ୍ରାନ୍ସ ସହିତ ମିଶି ପ୍ରତିରକ୍ଷା ମନ୍ତ୍ରଣାଳୟ ପରବର୍ତ୍ତୀ ପିଢ଼ିର ଯୁଦ୍ଧ ବିମାନର ଇଞ୍ଜିନ ଭାରତରେ ତିଆରି କରିବାକୁ ସୁପାରିଶ କରିଛି। ଏହି ପ୍ରକଳ୍ପ ଭାରତରେ ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଆଣିବ ଏବଂ ଦେଶକୁ ଆତ୍ମନିର୍ଭରଶୀଳ କରିବ ବୋଲି କୁହାଯାଉଛି । ସୂତ୍ରରୁ ଜଣାପଡିଛି ଯେ, ଏ ବିଷୟରେ ଅନେକ ଲୋକଙ୍କ ସହିତ ଆଲୋଚନା ହୋଇଥିବା ବେଳେ ବୈଷୟିକ ବିଶେଷଜ୍ଞଙ୍କ ଏକ କମିଟି ମଧ୍ୟ ଯୁଦ୍ଧ ବିମାନର ଇଞ୍ଜିନ ତିଆରି କରିବାର ସମସ୍ତ ଦିଗକୁ ଗଭୀର ଭାବରେ ବିଚାର କରିଥିବା ଜଣାପଡ଼ିଛି। ଏହା ପରେ ନିଷ୍ପତ୍ତି ନିଆଯାଇଛି ଯେ ଫ୍ରାନ୍ସ ସହିତ ମିଶି କାମ କରିବା ଭାରତ ପାଇଁ ଅଧିକ ଲାଭଦାୟକ ହେବ। ୬୧,୦୦୦ କୋଟି ଟଙ୍କାର ଏହି ପ୍ରକଳ୍ପରେ, ଭାରତ ଏବଂ ଫ୍ରାନ୍ସ ମିଳିତ ଭାବରେ ୧୨୦ କିଲୋନ୍ୟୁଟନ୍ ଫାଇଟର ଜେଟ୍ ଇଞ୍ଜିନ ତିଆରି କରିବେ। ଭାରତରେ ହିଁ ଫାଇଟର ଜେଟ୍ ଇଞ୍ଜିନ ତିଆରି ହେବ ଯୋଜନା ଅନୁଯାୟୀ, ଏହି ଫାଇଟର…

Read More