Author: Sarasinee Subudhi

ପୂର୍ବତ୍ତନ ଋଷ ରାଷ୍ଟ୍ରପତି ଦିମିତ୍ରୀ ମେଦଭେଦେବ ଘୋଷଣା କରିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇସାରିଛି। ଦିମିତ୍ରୀ ମେଦଭେଦେବ ହେଉଛନ୍ତି ଋଷର ଜାତୀୟ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଏବଂ ପୁଟିନଙ୍କ ନିକଟତମ ଲୋକଙ୍କ ମଧ୍ୟରୁ ଜଣେ। ପୁଟିନ ତାଙ୍କର ଦୁଇଟି କାର୍ଯ୍ୟକାଳ ପୂରଣ କରିବା ପରେ ଦିମିତ୍ରୀ ମେଦଭେଦେବଙ୍କୁ ଋଷର ରାଷ୍ଟ୍ରପତି କରିଥିଲେ ଏବଂ ତାଙ୍କୁ ପୁଟିନଙ୍କ କାଠକଣ୍ଢେଇ ବୋଲି କୁହାଯାଏ। ସେଥିପାଇଁ ଯଦି ଦିମିତ୍ରୀ ମେଦଭେଦେବ ତୃତୀୟ ବିଶ୍ୱଯୁଦ୍ଧ ଘୋଷଣା କରିଛନ୍ତି, ତେବେ ଏହାକୁ ଗମ୍ଭୀରତାର ସହ ନିଆଯିବା ଉଚିତ। ନାଟୋ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ପୂର୍ବରୁ ଋଷ ସହିତ ଯୁଦ୍ଧରେ ଅଛନ୍ତି ଏବଂ ଋଷ ପ୍ରଥମେ ୟୁରୋପୀୟ ଦେଶଗୁଡ଼ିକରେ ଆକ୍ରମଣ କରିବା ଆରମ୍ଭ କରିବା ଉଚିତ ବୋଲି ଦେଶର ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ମେଦଭେଦେବ ଅସନ୍ତୋଷ ପ୍ରକାଶ କରି କହିଛନ୍ତି। ତାଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁତିନଙ୍କୁ ୫୦…

Read More