Author: Sarasinee Subudhi

‘ଅପରେସନ ସିନ୍ଦୁର’ ପରେ ଭାରତ ନିରନ୍ତର ନିଜର ବାୟୁ ପ୍ରତିରକ୍ଷାକୁ ମଜଭୁତ କରିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ସେନା ଶୀଘ୍ର ଆକାଶ ପ୍ରାଇମ ମିସାଇଲକୁ ନିଜ ସେନାରେ ସାମିଲ କରିବାକୁ ଯାଉଛି। ଏହି ମିସାଇଲଗୁଡ଼ିକ ଚୀନ ସହ ଲାଗିଥିବା ସୀମାନ୍ତ ଅଞ୍ଚଳର ଉଚ୍ଚ ପର୍ବତମାଳାରେ ମୁତୟନ କରାଯିବ। ସେନା ବୁଧବାର ଲଦାଖରେ ଏହି ନୂଆ ମିସାଇଲ ସିଷ୍ଟମର ଦୁଇଥର ପରୀକ୍ଷଣ କରିଛି। ଏଥିରେ ଆକାଶ ପ୍ରାଇମ ମିସାଇଲ ୧୫,୦୦୦ ଫୁଟ ଉଚ୍ଚତାରେ ଦୁଇଟି ତୀବ୍ର ଗତିରେ ଚାଳିତ ଡ୍ରୋନକୁ ଟାର୍ଗେଟ କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଭାରତର ବାୟୁ ପ୍ରତିରକ୍ଷା କ୍ଷମତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛନ୍ତି। ଆକାଶ ପ୍ରାଇମ ପାଇଁ ଚୀନ-ପାକିସ୍ତାନ କାହିଁକି କମ୍ପିବେ ? ଭାରତ ଲଦାଖରେ ୧୫,୦୦୦ ଫୁଟ ଉଚ୍ଚତାରେ ଆକାଶ ପ୍ରାଇମ ମିସାଇଲର ପରୀକ୍ଷଣ କରି ଏକ ବଡ଼ ସଂଦେଶ ଦେଇଛି। ନୂଆ ଆକାଶ ପ୍ରାଇମ ମିସାଇଲଗୁଡ଼ିକ…

Read More