Author: Sarasinee Subudhi

ଦୀର୍ଘ ୭ ବର୍ଷ ପରେ ପୁଣି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ନୂଆ ସରକାର ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଭଲ ଏବେ ଭେଲ ହେଲାଭଳି ଲାଗୁଛି। ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳ ଓ ମହାବିଦ୍ୟାଳୟ ସ୍ଥିତି ଦେଖି ଲାଗୁଛି ଛାତ୍ର ସଂସଦ ନିର୍ବାଚନ ହେଲେ ନେତା କି ନେତ୍ରୀ ତିଆରି ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଗୁଣ୍ଡା ଆଉ ଅପରାଧୀ ପୁଳେ କ୍ୟାମ୍ପସରୁ ବାହାରିବେ ବୋଲି ଲାଗୁଛି। ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ପଛରେ ନିର୍ବାଚନ ପେଞ୍ଚ ଅଟକିଥିବା କୁହାଯାଉଥିବା ବେଳେ ଉତ୍କଳବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହେବା ଚିନ୍ତା ବଢ଼େଇଲାଣି। କେବଳ କ୍ୟାମ୍ପସ ଅଶାନ୍ତ ହୋଇନି ମାଡ଼ପିଟି ହୋଇ ଦୁଇ ଗୋଷ୍ଠୀ ମୁଣ୍ଡ ଫଟାଫଟି ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି । ଉତ୍କଳବିଶ୍ୱବିଦ୍ୟାଳୟରେ ଯେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ନୁହେଁ ରଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବେଠୁ…

Read More