Author: Sarasinee Subudhi

ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟ ସାରା ସାର୍ବଜନୀନ ସ୍ଥାନରେ ବ୍ରେଷ୍ଟ ଫିଡ଼ିଂ ସେଣ୍ଟର ସ୍ଥାପନ କରିବେ। ରେଳ ଷ୍ଟେସନ, ବସ୍ ଷ୍ଟାଣ୍ଡ, ବଜାର ଏବଂ ସପିଂ ମଲ୍ ଭଳି ପ୍ରମୁଖ ସ୍ଥାନରେ ଏକ ସହାୟକ ଏବଂ ମହିଳା-ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପର ଲକ୍ଷ୍ୟ ରଖାଯାଇଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବୁଧବାର ଦିନ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପରିସରରେ ରାଜ୍ୟର ପ୍ରଥମ ସ୍ତନ୍ୟପାନ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହାସହିତ, ସାମାଜିକ କର୍ମୀମାନଙ୍କୁ ରାଜ୍ୟ ମହିଳା କଲ୍ୟାଣ ବୋର୍ଡ ସହିତ ସହଯୋଗ କରିବାରେ ସାହାଯ୍ୟ କରିବା ପାଇଁ ‘ଲୋକ କଲ୍ୟାଣ’ ଆପ୍ ମଧ୍ୟ ଲଞ୍ଚ କରାଯାଇଛି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ସମସ୍ତ ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ ଏବଂ ମହିଳାମାନେ ପ୍ରାୟତଃ…

Read More