ଦୀର୍ଘ ୭ ବର୍ଷ ପରେ ପୁଣି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ନୂଆ ସରକାର ଘୋଷଣା କରିଛନ୍ତି। କିନ୍ତୁ ସରକାରଙ୍କ ଭଲ ଏବେ ଭେଲ ହେଲାଭଳି ଲାଗୁଛି। ବର୍ତ୍ତମାନ ବିଭିନ୍ନ ବିଶ୍ୱବିଦ୍ୟାଳ ଓ ମହାବିଦ୍ୟାଳୟ ସ୍ଥିତି ଦେଖି ଲାଗୁଛି ଛାତ୍ର ସଂସଦ ନିର୍ବାଚନ ହେଲେ ନେତା କି ନେତ୍ରୀ ତିଆରି ହୁଅନ୍ତୁ କି ନ ହୁଅନ୍ତୁ କିନ୍ତୁ ଗୁଣ୍ଡା ଆଉ ଅପରାଧୀ ପୁଳେ କ୍ୟାମ୍ପସରୁ ବାହାରିବେ ବୋଲି ଲାଗୁଛି। ବାଲେଶ୍ୱର ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ପଛରେ ନିର୍ବାଚନ ପେଞ୍ଚ ଅଟକିଥିବା କୁହାଯାଉଥିବା ବେଳେ ଉତ୍କଳବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଶାନ୍ତ ହେବା ଚିନ୍ତା ବଢ଼େଇଲାଣି। କେବଳ କ୍ୟାମ୍ପସ ଅଶାନ୍ତ ହୋଇନି ମାଡ଼ପିଟି ହୋଇ ଦୁଇ ଗୋଷ୍ଠୀ ମୁଣ୍ଡ ଫଟାଫଟି ପର୍ଯ୍ୟନ୍ତ କଥା ମଧ୍ୟ ଯାଇଛି । ଉତ୍କଳବିଶ୍ୱବିଦ୍ୟାଳୟରେ ଯେ ଏଭଳି ସ୍ଥିତି ସୃଷ୍ଟି ହୋଇଛି ତାହା ନୁହେଁ ରଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଏବେଠୁ ରାଜନୀତି ଉଷ୍ମ ହେବା ସହ ଛାତ୍ର ଗୋଷ୍ଠୀଙ୍କ ଭିତରେ ଟକରା ଟକରି ଆରମ୍ଭ ହୋଇ ଗଲାଣି । ଯଦି ଏବେଠୁ ଏମିତି ହେଲାଣି ତେବେ ଆଗକୁ କଣ ହେବ? ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପଟେ ଅଭିଭାବ ଓ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ଚିନ୍ତାରେ ପଡିଲେଣି। ନିର୍ବାଚନ ବାତିଲ ଥିଲା ଭଲ ଥିଲା ବୋଲି ଅଭିଭାବ କହୁଛନ୍ତି । ପିଲା ପାଠ ପଢୁ କି ନପଢ଼ ଗୁଣ୍ଡାଗିରି ତ କରୁ ନଥିଲା ବୋଲି ଅଭିଭାବମାନେ ମତ ଦେଉଛନ୍ତି? ସରକାର ସୁରକ୍ଷିତ ଭାବରେ ନିର୍ବାଚନ କରି ପାରିବେ କି ନାହିଁ ସେ ମଧ୍ୟ ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି। ଶିକ୍ଷାନୁଷ୍ଠାନ ଗୁଡିକରେ କଲମ କମ ମାରପିଟି ଅଧିକ ଚାଲିବା ଆଶଙ୍କା ବଢିଛି। ତେବେ ଏହି କ୍ୟାମ୍ପସ ନିଆଁରେ ମୋହନ ସରକାରଙ୍କୁ ବଦନାମ କରିବା ପାଇଁ ବିରୋଧୀ ବି ଘିଅ ଢାଳିପାରନ୍ତି ବୋଲି କୁହାଯାଉଛି। ଅନେକ ପ୍ରଶ୍ନ କରି ପାରନ୍ତି ୨୦୧୭ ପୂର୍ବରୁ ତ ନିର୍ବାଚନ ହେଉଥିଲା ନାଁ ନାହିଁ? ହଁ ହେଉଥିଲା ହେଲେ ସେତେବେଳେ ରାଜନୈତିକ ଦଳ ଆଉ ପିଲାଙ୍କ ଆଦର୍ଶ, ମାନସିକତା ଭିନ୍ନ ରହିଥିଲା। ଛାତ୍ର ନେତାମାନେ ମାମଲାତି କରୁ ନଥିଲେ କି କଥା କଥାରେ ଖଣ୍ଡା ବନ୍ଧୁକ ଧରି ମାଡଗୋଡ଼ ପାଇଁ ବାହାରୁ ନଥିଲେ। ଝଗଡା ଆଉ ହାତାହାତୀ ହେଉଥିଲେ ସତ କିନ୍ତୁ ଏଭଳି ହେଉ ନଥିଲେ। ଏବେ ସବୁଠୁ ବଡ଼ ସମସ୍ୟା ସାଜିଛି ସୋସିଆଲ ମିଡ଼ିଆ। ଯାହା ସମର୍ଥନତ ଗୋଟେଇବାରେ ସହାୟକ ହେବ ତାହା ସହ କ୍ୟାମ୍ପସରେ ବିବାଦ ମଧ୍ୟ ସୃଷ୍ଟି କରିବାର ଆଶଙ୍କା ବଢେଇଛି। ଛାତ୍ର ନିର୍ବାଚନ ହେଉ କିନ୍ତୁ ସୀମା ଭିତରେ ହେଉ, ପିଲାଙ୍କ ଭବିଷ୍ୟତ ଖରାପ ନହେଉ କି ମୋହନ ସରକାର ପିଲାଙ୍କୁ ସୁଯୋଗ ଦେବାକୁ ଯାଇ ବଦନାମ ନହେଉ।
Also Readhttps://purvapaksa.com/odisha-govt-pushes-for-breastfeeding-centers-in-public-spaces/


