Author: Sarasinee Subudhi

ବିହାରରେ ଏସଆଇଆରକୁ ନେଇ ଲାଗି ରହିଥିବା ତୁମ୍ବି ତୋଫାନ ଭିତରେ ସୁପ୍ରିମକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ବୁଧବାର ଦିନ ନିର୍ବାଚନ କମିଶନଙ୍କୁ ଅଗଷ୍ଟ ୯ ସୁଦ୍ଧା ନିର୍ବାଚନ ହେବାକୁ ଥିବା ବିହାର ରାଜ୍ୟ ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡ଼ିଥିବା ପ୍ରାୟ ୬୫ ଲକ୍ଷ ଭୋଟରଙ୍କ ବିବରଣୀ ପ୍ରଦାନ କରିବାକୁ କହିଛନ୍ତି। ବିଚାରପତି ସୂର୍ଯ୍ୟକାନ୍ତ, ଉଜ୍ଜଲ ଭୂୟାଁ ଏବଂ ଏନ କୋଟିଶ୍ୱର ସିଂହଙ୍କ ଏକ ଖଣ୍ଡପୀଠ ନିର୍ବାଚନ କମିଶନଙ୍କ ଓକିଲଙ୍କୁ ବାଦ ଦିଆଯାଇଥିବା ଭୋଟରଙ୍କ ବିବରଣୀ ଦାଖଲ କରିବାକୁ କହିଛନ୍ତି, ଯାହାର ତଥ୍ୟ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ସହିତ ସେୟାର କରାଯାଇଛି ଏବଂ ଏହାର ଏକ କପି ଅଣ-ସରକାରୀ ସଂଗଠନ, ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ADR) କୁ ଦେବାକୁ କହିଛନ୍ତି। ବିହାରରେ ଭୋଟର ତାଲିକାର ଏକ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ନିର୍ଦ୍ଦେଶ ଦେବା ପାଇଁ ନିର୍ବାଚନ ଆୟୋଗଙ୍କ ୨୪ ଜୁନ୍ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିବା ଏନଜିଓ…

Read More