Author: Sarasinee Subudhi

ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛି। କୁହାଯାଉଛି ଯେ ଭାରତ ରୁଷିଆରୁ ତୈଳ କିଣିବା ଜାରି ରଖିଛି, ତେଣୁ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଭାରୀ ଟାରିଫ ଲଗାଇଛନ୍ତି। ଅନ୍ୟପକ୍ଷରେ, ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଟ୍ରମ୍ପଙ୍କ ଟାରିଫ ନେଇ କଡ଼ା ଜବାବ ଦେଇଛି। ଏହା ସ୍ପଷ୍ଟ କହିଛି ଯେ ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ। କିନ୍ତୁ, ପ୍ରକୃତ କାରଣ ଅନ୍ୟ କିଛି। ଗୋଟିଏ ପଟେ ଟ୍ରମ୍ପ ଜବରଦସ୍ତି ଶାନ୍ତି ଦୂତ ହେବାକୁ ଚେଷ୍ଟା କରୁଛନ୍ତି, ଯାହା ଦ୍ୱାରା ଯେମିତି ତାଙ୍କୁ ଏହି ବର୍ଷର ନୋବେଲ ଶାନ୍ତି ପୁରସ୍କାର ମିଳିବ। ସେ ଅପରେସନ ସିନ୍ଦୁର ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇବାର ଶ୍ରେୟ ଅନେକ ଥର ନେଇଛନ୍ତି। ଇରାନ-ଇସ୍ରାଏଲ ଉତ୍ତେଜନା କମ କରିବା ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଅଟକାଇବାର ଶ୍ରେୟ ମଧ୍ୟ ନେଇଛନ୍ତି। କିନ୍ତୁ, ବିଶ୍ୱ ଜାଣେ ଯେ ଟ୍ରମ୍ପଙ୍କ ଏହି…

Read More