Author: TRUPTIMAYEE SAHOO

ଜୀବନର ଅହରହ ଧାଁଦୌଡ଼, ଦୈନନ୍ଦିନ କାର୍ଯ୍ୟବ୍ୟସ୍ତତା ଏବଂ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ଭିତରେ ଆମେ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ‘ହୃତ୍‌ପିଣ୍ଡ’ ପ୍ରତି ଧ୍ୟାନ ଦେବାକୁ ଭୁଲିଯାଉଛନ୍ତି। ହୃତ୍‌ପିଣ୍ଡର ପ୍ରତ୍ୟେକ ସ୍ପନ୍ଦନ ଏକ ନିରବ ସନ୍ଦେଶ ଯେ, ଆମକୁ ବଞ୍ଚାଇ ରଖିବା ପାଇଁ ଶରୀର ନିରନ୍ତର କାର୍ଯ୍ୟ କରୁଛି। କିନ୍ତୁ ଅଧିକାଂଶ ସମୟରେ କୌଣସି ଜରୁରୀ ପରିସ୍ଥିତି କିମ୍ବା ଆକସ୍ମିକ ହୃଦ୍‌ଘାତ (ହାର୍ଟ ଆଟାକ୍) ନହେବା ପର୍ଯ୍ୟନ୍ତ ଲୋକେ ଏହା ପ୍ରତି ସଚେତନ ହୁଅନ୍ତି ନାହିଁ। ସାରା ବିଶ୍ୱରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ‘ବିଶ୍ୱ ହୃଦୟ ଦିବସ’ (World Heart Day) ଭାବେ ପାଳନ କରାଯାଉଛି। ଏହି ଅବସରରେ ଡାକ୍ତରୀ ବିଶେଷଜ୍ଞମାନେ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ସମୟ ଥାଉଣୁ ନିଜ ହୃତ୍‌ପିଣ୍ଡର ଡାକ ଶୁଣନ୍ତୁ ଏବଂ ସାମାନ୍ୟ ଚେତାବନୀ ସଙ୍କେତକୁ ଆଦୌ ଅଣଦେଖା କରନ୍ତୁ ନାହିଁ। କାହିଁକି ଆବଶ୍ୟକ ଏହି ଦିବସ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ୱାର୍ଲ୍ଡ ହାର୍ଟ…

Read More