Author: TRUPTIMAYEE SAHOO

ଗୋଟିଏ ପଟେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ ତଥା ସ୍ମାର୍ଟ କ୍ଲାସ୍‌ରୁମ୍ ନିର୍ମାଣ ନେଇ ଡିଣ୍ଡିମ ପିଟାଯାଉଥିବା ବେଳେ, ଅନ୍ୟପଟେ ରାଜ୍ୟର ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ସାମ୍ନାକୁ ଆସିଛି ସରକାରୀ ବିଦ୍ୟାଳୟ ଭିତ୍ତିଭୂମିର ଏକ କରୁଣ ଚିତ୍ର। ଖୋର୍ଦ୍ଧା ଜିଲ୍ଲା ବାଳିପାଟଣା ବ୍ଲକ୍ ଅନ୍ତର୍ଗତ ଖଣ୍ଡିଆଦାଣ୍ଡ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହର ଘୋର ଅଭାବ ଯୋଗୁଁ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯାଉଛି। ଆଶ୍ଚର୍ଯ୍ୟର କଥା ହେଉଛି, ଏଠାରେ ମାତ୍ର ଗୋଟିଏ ବଖରା କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କ ସହିତ ପ୍ରାକ୍-ପ୍ରାଥମିକ (ଅଙ୍ଗନୱାଡ଼ି/ନର୍ସରୀ) କ୍ଲାସ୍ ମଧ୍ୟ ଚାଲିଛି। ଅର୍ଥାତ୍ ଗୋଟିଏ ଛାତ ତଳେ ଏକାସାଙ୍ଗରେ ୬ଟି ଶ୍ରେଣୀର ପିଲା ବସି ପାଠ ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଗୋଟିଏ କୋଠରୀରେ ସବୁକିଛି: ଅଫିସ୍, ଷ୍ଟୋର୍ ରୁମ୍ ଓ କ୍ଲାସ୍‌ରୁମ୍ ବାଳିପାଟଣା ବ୍ଲକ୍‌ର ଅନୁସୂଚିତ ଜାତି (SC) ବହୁଳ ଗ୍ରାମ ଭାବେ ପରିଚିତ ଖଣ୍ଡିଆଦାଣ୍ଡ ଗାଁରେ ପ୍ରାୟ ୨୦୦…

Read More