Author: TRUPTIMAYEE SAHOO

କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଖଣି ଓ ଖଣିଜ (ବିକାଶ ଏବଂ ନିୟାମକ) ସଂଶୋଧନ ଆଇନ, ୨୦୨୬ କୁ ନେଇ ଓଡ଼ିଶାର ରାଜନୈତିକ ପାଣିପାଗ ଏବେ ସମ୍ପୂର୍ଣ୍ଣ ଗରମାଗରମ ହୋଇପଡ଼ିଛି। ବିଧାନସଭା ଭିତରେ କ୍ରମାଗତ ହଟ୍ଟଗୋଳ ପରେ ଏହି ବିବାଦ ଏବେ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତାରେ ଉଗ୍ର ରୂପ ଧାରଣ କରିଛି। ବିଜୁ ଜନତା ଦଳ (ବିଜେଡି) ର ବିଶାଳ ପ୍ରତିବାଦ ଶୋଭାଯାତ୍ରା ପରେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଂଶୋଧିତ MMDR ଆଇନ ବିରୋଧରେ ଏକ ବିରାଟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି କଳା ଆଇନ ଓଡ଼ିଶାର ସାମ୍ବିଧାନିକ ଅଧିକାରକୁ ଖର୍ବ କରିବା ସହ ରାଜ୍ୟର ଅର୍ଥନୀତି ତଥା ଖଣି ରାଜସ୍ୱ ଉପରେ କୁଠାରାଘାତ କରିବ ବୋଲି ଅଭିଯୋଗ କରି କଂଗ୍ରେସ ନେତୃବୃନ୍ଦ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାର ବିରୋଧରେ ତୀବ୍ର ବର୍ଷିଛନ୍ତି। କଂଗ୍ରେସର ଦାବି: “ଆମେ ହିଁ ପ୍ରଥମେ ଉଠାଇଥିଲୁ ସ୍ୱର” ପ୍ରଦେଶ କଂଗ୍ରେସର ବରିଷ୍ଠ…

Read More