Author: TRUPTIMAYEE SAHOO

ରାଜଧାନୀ ଭୁବନେଶ୍ୱରରେ ନିଜସ୍ୱ ଘର ଖଣ୍ଡିଏ କରିବାର ସ୍ୱପ୍ନ ଦେଖୁଥିବା ମଧ୍ୟବିତ୍ତ ତଥା ଉଚ୍ଚ-ମଧ୍ୟବିତ୍ତ ପରିବାରଙ୍କ ପାଇଁ ଏକ ବଡ଼ ଖୁସି ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ସୁବୁଦ୍ଧିପୁରସ୍ଥିତ ବହୁପ୍ରତୀକ୍ଷିତ ମେଗା ଆବାସିକ ପ୍ରକଳ୍ପ ‘ଏକାମ୍ର ରେସିଡେନ୍ସି’ ର ଆଧିକାରିକ ବ୍ରୋସର୍ ଏବଂ ଆବଣ୍ଟନ ପ୍ରକ୍ରିୟା ସମ୍ପର୍କିତ ନିର୍ଦ୍ଦେଶାବଳୀ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି। ବିଗତ ଦୁଇ ଦଶନ୍ଧି ମଧ୍ୟରେ ବିଡିଏର ଏହା ସବୁଠାରୁ ବଡ଼ ହାଉସିଂ ଯୋଜନା ହୋଇଥିବା ବେଳେ, ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଏହାର ଅକ୍ୟୁପାନସି ସାର୍ଟିଫିକେଟ୍ ମଧ୍ୟ ମିଳିସାରିଛି। ତେଣୁ ଗ୍ରାହକମାନେ ନାମଲେଖାଇବା କ୍ଷଣି ତୁରନ୍ତ ଘର ପାଇବାର ସୁବିଧା ଉପଲବ୍ଧ ହେବ। କେଉଁଠି ପ୍ରକଳ୍ପ? କେତେ ସଂଖ୍ୟକ ଫ୍ଲାଟ୍ ରହିଛି? ଭୁବନେଶ୍ୱରର ଦ୍ରୁତ ବିକାଶଶୀଳ ତଥା ପ୍ରମୁଖ ଆବାସିକ ଅଞ୍ଚଳ ସୁବୁଦ୍ଧିପୁରରେ ପ୍ରାୟ ୭.୩୬ ଏକର ଜମି ଉପରେ ଏହି ଅତ୍ୟାଧୁନିକ ‘ଏକାମ୍ର ରେସିଡେନ୍ସି’ ପ୍ରକଳ୍ପ ଗଢ଼ି ଉଠିଛି।…

Read More